🌹ଚିତ୍ତଚୋର🌹
ତୁମେ ମୋ ସାଧନା
ତୁମେ ମୋ କାମନା
ତୁମେ ହିଁ ଦେବତା ମୋର
ତୁମେ ହିଁ ତ ମୋର
ମନର ମାନସ
ତୁମେ ହିଁ ତ ଚିତ୍ତଚୋର।
ନୀଳ ଆକାଶ ର
ଭସା ବାଦଲରେ
ଆଙ୍କିଲ ମନେ ମୋ ଇନ୍ଦ୍ରଧନୁ
ରଙ୍ଗୀନ ମନର
ରଙ୍ଗୀନ ଆଶା କୁ
କେମିତି ଭୁଲିବି ମନୁ।
ପାହାଡି ଝରଣା
କଳ କଳ ନାଦେ ....
ଥିରି ଥିରି କିଛି କହେ
ବରଫ ଶୀତଳ
ଅନ୍ଧାର ରାତିରେ......
ପ୍ରଣୟ ର ଭାବ ଛୁଏଁ।
ସବୁଜ ପାହାଡୁ ଅରୁଣିମା ନେଇ
ମୁରୁକି ହସା ଯେବେ ଦିଅ
ଲାଜରେ ଲାଜରେ
ଝାଉଁଳି ପଡେ ମୁଁ
ହଜିଯାଏ ମୋର ଲୟ।
ପୁନେଇ ଆକାଶ ର
ଚନ୍ଦ୍ରମା ଗୋ ତୁମେ
ସଂଜ ଆକାଶ ର ତାରା
ଇଶାରେ ଇଶାରେ
କିଣିନିଅ ମନ
ପାଖେ ଦିଏ ତୁମ ଧରା।
ତୁମ ପ୍ରେମ ର ଚୋରା ଚଇତାଳି
ମୋ ମନ ଭିଜାଇ ଦିଏ
ଭିଜା ଭିଜା ମାଟି
ଭିଜା ଭିଜା ବାସ୍ନା
ତୁମ ପ୍ରେମ ଗାଥା ଗାଏ।
ଭରିଦେଲ ଆସି ମୋ ଶୂନ୍ୟ ହୃଦୟ ରେ
ତୁମ ପ୍ରଣୟର ସୂର
ରହି ରହି କହେ ଆଜି ପରିଭାଷା....
ହେଲ ଆଜି ଅତି ଆପଣାର।
ଫୁଲର ଗାଲିଚା ବିଛାଇ
ଦେଲ ଗୋ
ମୋ କଣ୍ଟକ ର ପଥେ..
ମଧୁଝରା ହୋଇ ବହୁଥିବି ନିତି
ପାଇକି ତୁମକୁ ସାଥେ।
❤❤❤❤❤❤
Comments
Post a Comment