ନୀଳ ଦରିଆ ର ନାଉରିଆ ତୁମେ
ମୁଁ ଅଟେ ନୀଳ ଜଳରାଶି
ଦୂର ଦିଗ୍ବବଳୟ ର ସବୁଜିମା ତୁମେ
ମୁଁ ଅପଲକ ଶୋଭାରାଶି। (1)
ନୀଳ ତରଙ୍ଗ ର ନୀଳ ଢେଉ ତୁମେ
ମୁଁ ତୁମ ପ୍ରୀତି ଶାମୁକା।
ନୀଳ ଗଗନ ର ଇନ୍ଦ୍ରଧନୁ ତୁମେ
ମୁଁ ଅଟେ ବର୍ଷା କଣିକା। (2)
ନୀଳ ପାହାଡ଼ ର ବୃକ୍ଷ ରାଶି ତୁମେ
ମୁଁ ତ ଶୀତଳ କିରଣ।
ନୀଳ ଉପବନ ର ଭ୍ରମର ଯେ ତୁମେ
ମୁଁ ଅଟେ ପ୍ରୀତି ସୁମନ। (3)
ଜ୍ୟୋସ୍ନା ରାତିର ଚନ୍ଦ୍ରମା ଗୋ ତୁମେ
ମୁଁ ତୁମ ପ୍ରୀୟା ଚାନ୍ଦିନୀ
ପ୍ରୀତି ଦିବସ ର ଆଦିତ୍ୟ ଗୋ ତୁମେ
ମୁଁ ସୁମଧୁର ରଜନୀ। (4)
ତୁମେ ପ୍ରୀତି ଶକ୍ତ ସ୍ବପ୍ନିଳ ପୃଥିବୀ
ମୁଁ ସ୍ବପ୍ନପ୍ରୀୟା ରାଜହଂସୀ
ପ୍ରୀତି ଫୁଲ ବନ୍ଧା ସୁହ୍ନରୀ ଜୀବନ
ପ୍ରୀତି ମହକେ ଯିବ ଭାସି (5)
❤❤❤❤❤❤❤
Comments
Post a Comment