କିଏ କହେ ତତେ କଳା ଠାକୁର ହୋ
ଗୁଣ ତ ନୁହଇ କଳା
କାଚ ପରି ତୋର ସ୍ବଚ୍ଛ ମନୋଭାବ
ଆହେ ମୋର ଚକାଡୋଳା
କାଳିଆ ରେ ଆହେ ମୋର ଚକାଡୋଳା(୧)
ତୋ ପରି କିଏ ହେବ ରେ କାଳିଆ
ଦୁଃଖି ଦୁଃଖେ ଭାସିଯାଉ
ତୋ ପାଇଁ ଜୀବନ ଲାଗୁଛି ସରସ
ଆଶୀର୍ବାଦ ସଦା ଥାଉ
କାଳିଆ ରେ ଆଶୀର୍ବାଦ ସଦା ଥାଉ (୨)
ତୋ ନାଲି ଅଧରୁ ବୋହୁଥାଏ ମୁକ୍ତା
କୁସୁମିତ ହୁଏ ମନ
ପ୍ରେମ ରେ ତୋହର ପଡ଼ିଛି କାଳିଆତୋ ପାଇଁ ଯାଉ ମୋ ଜୀବନ
କାଳିଆ ରେ ତୋ ପାଇଁ ଯାଉ ମୋ ଜୀବସୁନ୍ଦର ସୃଷ୍ଟି ର ସର୍ଜନା ରେ ତ
ନାହିଁ ମାନ ଅଭିମାନ
ଭକତର ତୁ ଅଟୁ ଶିରୋମଣି
ଭକତି ରେ ତୋର ଜୀବନ
କାଳିଆ ରେ ଭକ୍ତି ରେ ତୋ ଜୀବନ (୪)
ତୋ କଳା ରଙ୍ଗରୁ ଟିକେ ଦେଇଦେ କାଳିଆ
ମନ ମୋର ମୋହିଯିବ
ରୂପ କଳା କରି ମନ ସ୍ବଚ୍ଛ ହେଇ
ଗଙ୍ଗା ପରି ବୋହୁଥିବ
କାଳିଆ ରେ ଗଙ୍ଗା ପରି ବୋହୁ ଥିବ।
କାଳିଆ ରେ ଗଙ୍ଗା ପରି ବୋହୁ ଥିବ। (୫)
ମିନାକ୍ଷୀ
ଜୟ ଜଗନ୍ନାଥ
🙏🏻🙏🏻🙏🏻🙏🏻🙏🏻🙏🏻
Comments
Post a Comment