ଜୟ ମା ସରସ୍ବତୀ,
ବିଦ୍ୟା ଦାୟିନୀ
ଶ୍ୱେତପଦ୍ମାସିତା ମାଗୋ... ଶ୍ବେତାଙ୍ଗିନୀ।
ତୁମ କରୁଣା ମାଗୋ ଜଗତେ ପ୍ରକାଶ।
ତୁମ ଆଶୀର୍ବାଦେ ହୁଏ ଜ୍ଞାନ ର ବିକାଶ।
ବ୍ରହ୍ମସୁତା ମାଗୋ ଶାଶ୍ବତୀ ଶାରଦା
ହଂସବାହିନୀ ମା ଜୟ ଜଗତ୍ମାତା।
ଶ୍ବେତମ୍ବରା ଧରା ମାତ
ଶ୍ୱେତ ବସ୍ତ୍ରାନ୍ନୀତା
ସର୍ବଗୁଣ ନିପୁଣା ହେ..
ସର୍ବ ସଂହିତା ।
ତବ ବୀଣା ଝଂକାରେ ଦୂର ହୁଏ ତିମିର।
ସାରେଗାମା ପା....ମିଳେ ଯେବେ ସପ୍ତସୂର ।
ହେ ...ମା କରୁଣାମୟୀ
ଥାଏ ଯେବେ କରୁଣା
ମୂର୍ଖ କାଳିଦାସ ଙ୍କୁ ମିଳିଲା ଯେ ଗାରିମା।
କ୍ଷମା କରିଦିଅ ମାତ ଆମ ଧୃଷ୍ଟ ଆସ୍ପର୍ଦ୍ଧା।
ଦୂରକର ଅହଂକାର ମନେ ବଢୁ ଶ୍ରଦ୍ଧା।
ଏକାଗ୍ର ଚିତ୍ତେ ଯେ' ଡାକଇ ହେଉଥାଅ ତୃପ୍ତି।
କେତେ ଶାସ୍ତ୍ରବିତ୍ତ ଯେ ପାଉଛନ୍ତି କୀର୍ତ୍ତି।
ସଂକଳ୍ପ ସୌନ୍ଦର୍ଯ୍ୟ ଶୃଙ୍ଖଳା
ଜ୍ୟୋତିର୍ମୟୀ ମାତା।
ହସୁଥାଉ ଧରା ଉପବନ ହୋଇ ତୁମ ଆଶ୍ରୀତା ।
ସର୍ବକଣ୍ଠେ ବିରାଜିତ ଯେବେ ଅଟୁ ତୁହି
ତମ ଦୟାରେ ମୂର୍ଖ ପଣ୍ଡିତ ବୋଲାଇ।
ବସନ୍ତ ପଞ୍ଚମୀ ଆଜି ପାବନ ଦିବସେ
ଦିଅଦିବ୍ୟ ଜ୍ଞାନ ମାତ ମନେ ହୋଇ ତୋଷ।
ମୁଁ ଅଜ୍ଞାନ ମା ଜାଣିନାହିଁ ଭକ୍ତି
ହୃଦେ ସ୍ମରି ତବ ନାମ କରଇ ପ୍ରଣତି।
ବରଷୁ ଆଶୀଷ ମିଟିଯାଉ କ୍ଳେଶ ।
ଝରୁଥାଉ କୃପା ଲଭେ ମୁଁ ଶୁଭାଶିଷ।
ଜୟ ମା ସରସ୍ବତୀ।।
🙏🏻🙏🏻🙏🏻🙏🏻🙏🏻🙏🏻
( *ମିନାକ୍ଷୀ*)
Comments
Post a Comment