ସାଗର ପୁଅ ଉଚ୍ଛନ୍ନ ହଉଛି
ଚାନ୍ଦ ମୁହିଁ କୁ ଦେଖି
ଚାନ୍ଦ ମୁହିଁ ଯେ ଏତେ ଫୁଲେଇ
ତାରା ମେଳେ ଥାଏ ଲାଖି।❤
ଦୂରରୁ ଫୁଲେଇ ଚୁପି ଚୁପି ହସେ
ମଚକ ମଚକ ଚାହେଁ
ସାଗର ବିଚରା ତା ପ୍ରେମ ପାଗଳେ
ଢେଉ କୂଳେ ପିଟୁଥାଏ।❤
କେତେ ଉପହାର ସାଇତି ରଖିଛି
ତା ହୃଦୟ ସ୍ଥଳେ
ଚାନ୍ଦ ମୁହିଁ ତ ଖାତିର କରେନି
ଲୁଚେ ଭସାମେଘ ତଳେ।❤
ଯେତେ ନଦୀ ସବୁ ଅଥୟ ହୁଅନ୍ତି
ସାଗର ସାନ୍ନିଧ୍ୟ ପାଇଁ
ସାଗର ଭାଇ ଯେ ଖୁସି ତ ହୁଅନ୍ତି
ତା ପ୍ରେମା ଚାନ୍ଦ କୁ ଚାହିଁ।❤
ଜାଣିଛି ପାଗଳା ସଙ୍ଗମ ହବନି
ଯୁଗ ଯୁଗ ଯିବ ବିତି
ପବିତ୍ର ମନରେ କରେ ସେ ତ ପ୍ରେମ
ଦେଖି ଦେଖି ଦୂରୁ ନିତି।❤
ସାତ ଜନମ ର ଏ ପ୍ରେମ କାହାଣୀ
ମନେ ରଖିଛନ୍ତି ସର୍ବେ
ତନ ମିଳନ ଠୁ ମନ ର ମିଳନ
ଅମର ରହେ ଭବେ।❤
💜💙🖤💚💛❤
Comments
Post a Comment