*ଶୀତ ଋତୁ ଆଜି ମେଲାଣି ନେଲାଣି*
*ସରିଗଲା ତାର ରାଜୁତି।*
*ଋତୁରାଜ ମୁଣ୍ଡେ ଠେକା ବାନ୍ଧି ଲାଣି*
*ଆସିବାକୁ କରେ କାକୁତି।*
*ହାଡ଼ଭଙ୍ଗା ଶୀତ ସହିଲୁ ବହୁତ*
*ମନେପଡେ ବସନ୍ତ ମଳୟ*
*ଚୋରା ଚଇତାଳି ପ୍ରୀତି ଫୁଲ ନେଇ*
*ଆସିବାକୁ ହେଲା ଅଥୟ।*
*ଫଗୁଣ ଫୁଲେଇ ଗଜରା ଲମ୍ବେଇ*
*ମୁଚୁକି ମୁଚୁକି ହସୁଛି।*
*ନାଲି ନୀଳ ରଙ୍ଗେ ଭରିଦେବ ମନ*
*ହସି ହସି ସିଏ କହୁଛି।*
*ଚଇତି ପବନ ହେଲାଣି ଉଚ୍ଛନ୍ନ*
*ନାଲି ଟୁକୁ ଟୁକୁ ବେଶ ସାଜିଛି*
*ପ୍ରେମ ପ୍ରେମିକାର ମନ ଫର ଫର*
*ସଙ୍ଗୀତ ମୁର୍ଚ୍ଛନା ଗାଉଛି।*
*ଭଲ ମନ୍ଦ ସବୁ ଆସୁଛି ଯାଉଛି*
*କଳି କାଳ ନିୟମ ରେ*
*ସୁଖ ପରେ ଦୁଃଖ* *ଦୁଃଖ ପରେ ସୁଖ ଆସିବ ତ ଜୀବନ ରେ।*
*ଋତୁଚକ୍ର ପରି ଘୁରୁଛି ଦୁନିଆ*
*ବନ୍ଧା ଏ ଜୀବନ ଡୋରି*
*ଝରିବ ଫଳିବ*,
*ଯିବ ଓ ଆସିବ*
*ରହିଯିବ କୀର୍ତ୍ତି ଆମରି।*
😍😍😍😍😍😍
Comments
Post a Comment