ମା ଲୋ ତାରିଣୀ......
ତୋ ସ୍ନେହ ବନ୍ଧନେ ବନ୍ଧି ଯାଇଛି ଲୋ
ନ ଫିଟୁ ତାହାର ଫାଶ।
ମା ର ମମତା ଅଟେ ଯେ ଦୁର୍ଲ୍ଲଭ
ଆଉ ସବୁ ଅଟହାସ।
ତୋ ପରି ମା ପାଇ ଏ ଜୀବନେ
ଧନ୍ୟ ହୋଇଛି ମୋ ଜନ୍ମ।
ଅଟୁ ଯେ ସାହାରା ସବୁ ବିପଦ ର
ତୁଣ୍ଡ ଧରିଲେ ତୋ ନାମ।
108 ନଡିଆ ଜାଚିଛି ଲୋ ତତେ
ବଗିଚାରେ ତୋ ଫୁଲହୋଇ ଫୁଟୁ ଥିବି
ତୋ ଶିର ରେ ସଦା ପାଉଥିବି ଶୋଭା
ମୁଖ ଦର୍ଶନ ତୋ କରୁଥିବି।
ମୋ ଆତ୍ମା ତୋ ପାଖେ ବନ୍ଧା ଦେଇଛି ମା
ରହିଲୁ ତୁ ମୁକ ସାକ୍ଷି
ରଖିବୁ ମାରିବୁ ଯାହା ତୁ କରିବୁ
ହେବି ନାହିଁ କେଭେ ଦୁଃଖି।
🙏🏻🙏🏻🙏🏻🙏🏻🙏🏻🙏🏻
Comments
Post a Comment