ମା ମନ ପବିତ୍ର ତା ଅମାୟକ ସ୍ନେହ
ନ ଥାଏ ଯେ ଛନ୍ଦ କପଟ।
ପୂଣ୍ୟତୋୟା ପରି ବହୁଥାଏ ନିତି
ମନ ତାର ଅଟେ ସଚ୍ଚୋଟ।
ଦଶ ମାସ ଦଶ ଦିନ ଗର୍ଭେ ଧରି
କେତେ କଷ୍ଟ ସହିଥାଏ।
ସାଗର ଠୁ ଗଭୀର ତା ଉଚ୍ଛୁଳା ପ୍ରେମ
ତା ପରି ସରି ବା କିଏ?
କେତେ ଉପବାସ ମାନସିକ କରେ
ପିଲାଙ୍କ ର ସୁଖ ପାଇଁ।
ମୁଖେ ଫୁଟା ହସ ଦେଖିବାକୁ
ମନ୍ଦିର କୁ ଯାଏ ଧାଇଁ।
ତାର ଗାଳି ମାଡ ଅମୃତ ସମାନ
ପିଲାଙ୍କ ଗଢା ଭବିଷ୍ୟ
ମମତାରେ ତାର ସମତା ଝଲକେ
ଝରିପଡୁଥାଏ ଆଶୀଷ।
କେତେ ଯେ ରଜନୀ
ରହି ଉଜାଗର
ପିଲାଙ୍କୁ ଆଉଁସି ଥାଏ
ଚୋଟ ଟିକେ ଲାଗିଲେ ପିଲାଙ୍କୁ
ପାଗଳ ପରି ସେ ହୁଏ।
ତା ଆଞ୍ଚଳ ଛାୟା ଅଟେ ନିରାପଦ
ଶାନ୍ତି ର ଆଶ୍ରୟ ସ୍ଥଳ।
ବାକି ଯେ ଦୁନିଆଁ କିଣା ବିକା କ୍ଷେତ୍ର
ଭଙ୍ଗୁର କାଚର ତୁଲ।
ଚଳନ୍ତି ପ୍ରତିମା ଦେବୀ ମୟୀ ମା
ସବୁ ଦୁଃଖ ହାରିଥାଏ।
ତା ଚରଣ ଯୁଗଳେ ମଥା ପାତିଦେଲେ
ମୁକ୍ତି ଦ୍ବାର ଖୋଲିଯାଏ।
😍😍😍😍😍😍
Comments
Post a Comment