ତୋ ରଙ୍ଗରେ ମତେ ରଙ୍ଗି ଦେ କାଳିଆ
ତୋ ପ୍ରେମ ରେ ଭାସିଯିବି
ରାଧା ଭଳି ସେଇ କଦମ୍ବ ମୂଳ ରେ
ତୋ ସହ ନାଚୁଥିବି।
ବଂଶୀ ସ୍ବର ତୋର ଶୁଣିକି କାଳିଆ
ମନ ମୋ ନ ହେବ କାବୁ
ଭାବରେ ଭାବରେ ବାନ୍ଧି ଦେବି ତତେ
ମୋ ପ୍ରେମରେ ବନ୍ଧି ଯିବୁ।
ଯମୁନା ତଟ ଭି ଚାହିଁ ବସିଛି
ଦେଖିବାକୁ ରାସଲୀଳା
ପ୍ରେମପସରା ଖୋଲି ଜଗି ମୁଁ ବସିଛି
ଆସିଯା ନ କରି ହେଳା।
ହେବି ମୁଁ ରୁକ୍ମିଣୀ ହେବି ମୁଁ ରାଧିକା
ହେବି ଯେ ମୀରା ତୋ ପାଇଁ
କଳଙ୍କିନି ବୋଲି କୁହନ୍ତୁ ପଛକେ
କାହାକୁ ଭି ମୁଁ ଡରେ ନାହିଁ।
ନିର୍ମଳ ମନରେ ହୃଦୟ କୁ ମୋର
ସମର୍ପି ଦେଇଛି ତତେ
ସୂର୍ଯ୍ୟ ଚନ୍ଦ୍ର ତାରା ଆତଯାତ ଯାଏଁ
ଭଲ ପାଉଥିବି ସତେ।
ଏ ଦୁନିଆ ବୁକୁ ରେ ସ୍ବର୍ଣ୍ଣାକ୍ଷର ରେ
ଲେଖି ଦେବି ତୋ ନାମ
ମନେ ରଖିବ ଏ ସାରା ସଂସାର
ଏ କଳଙ୍କିନି ର ପ୍ରେମ।
🙏🏻❤🙏🏻❤🙏🏻❤
Comments
Post a Comment