ଯାହା ମଥା ସିନ୍ଦୂର ଜଗନ୍ନାଥ ମନ୍ଦିର
ଯାହା ପାଦେ ଘୁଙ୍ଗୁର ନୀଳ ପାରାବାର
ମୃଣାଳ ମାଳିନୀ ଶବୁଜ ସୁନ୍ଦର।
ସେଇ ପୂଣ୍ୟତୋୟା
ଉତ୍କଳ ନାମ ତାର।
ପଞ୍ଚ ସଖା ଯାର ଉତ୍କଳେ ମଣ୍ଡିତା
ସେହି ରାଜ୍ୟ ଅଟେ ଜଗତେ ବନ୍ଦିତା।
ପୂଣ୍ୟ ପ୍ରସବିନି ନୀଳ ନିର୍ଝରଣୀ
ଶୂରବୀର କବି ପଣ୍ଡିତ ମଣ୍ଡିନି।
ଯାହା ହୃଦେ ସଦା ମାଧୂର୍ଯ୍ୟ ବିରାଜେ
ମନ୍ଦିର ମାଳିନୀ ଶୋଭା ଉପଜେ।
ସେହି ଆମ ରାଜ୍ୟ ଉତ୍କଳ ଜନନୀ
ରହୁ ଚିରଞ୍ଜିବୀ ସଦା ବିଜୟୀନି
ବାରମାସେ ଯାର ହୁଏ ତେରପର୍ବ
ପବିତ୍ର ସେ ଭୂମି ଆମର ସୌରଭ।
ଶ୍ରୀ କ୍ଷେତ୍ର ମଣି ଯେ ଜଗତେ ପ୍ରସିଦ୍ଧ
ବଡ଼ ଠାକୁର ବୋଲାନ୍ତି
ଆମ ଜଗନ୍ନାଥ।
ପୁରୁଷୋତ୍ତମ ଧାମ ଜଗତେ ବିଖ୍ୟାତ
ରଥଯାତ୍ରା ଅଟେ ଆମ ଧରାରେ ସୁଖ୍ୟାତ।
ସେହି ଆମ ବନ୍ଦିତା ଉତ୍କଳ ଜନନୀ
କଳା ସଂସ୍କୃତି ର ଅଟେ ଶିରୋମଣି।
ସ୍ବାଦିଷ୍ଟ ବ୍ୟଞ୍ଜନ ଯାର ଆର ରୁ ଅନେକ
ଅଭଡ଼ା କୈବଲ୍ୟ ରଖିଥାଏ ଟେକ।
କଳା କୌଶଳ ଭରା ବୀର ଯେ ପୁଙ୍ଗବ
ନୃତ୍ୟ ଗୀତ ଭରା ଓଡିଶି ତାଣ୍ଡବ।
ସେହି ଅଟେ ଆମ ଉତ୍କଳ ଜନନୀ
ଚିର ବନ୍ଦନୀୟା ମଧୁର ମୋହିନୀ।
ଭାଷା ନିର୍ଝରଣୀ ସାରସ୍ବତ ବାଣୀ
ପୁଷ୍ଟ ହେଉ ସଦା ଏତିକି ମାଗୁଣୀ।
ସେହି ଅଟେ ଆମ ଉତ୍କଳ ଜନନୀ।
ସେହି ଅଟେ ଆମ ଗୌରବ ମଣ୍ଡିନି।
ତାର କୋଳେ ମୁଁ ଜନମ ନେଇଣ
କାଟଇ ଆନନ୍ଦେ ଏ ସୁନ୍ଦର ଜୀବନ।
*ମିନାକ୍ଷୀ*
*ବନ୍ଦେ ମାତରମ୍*
🙏🏻🙏🏻🙏🏻🙏🏻🙏🏻
Comments
Post a Comment