ମଧୂର ଅଶ୍ଳେଷ କଲି ମୁଁ ଗୋପନେ
ଚୋରା ଚଇତି ର ତାଳେ
ଆଖିର ଇଶାରା ବୁଝି ଯାଇ ସତେ
ଆସିଯିବ ତୁମେ କାଳେ।
ସରମି ସରମି ମନ ଖୋଜୁଥାଏ
ତୁମରି ପ୍ରଣୟ ରସ
ଆଲିଙ୍ଗନେ ତୁମ ମିଠା ମଧୁଶାଳେ
ଚୁମ୍ବନେ ହେବି ବଶ।
ଶାଣିତ ଦୃଷ୍ଟିରେ ହସୁଥିବ ଧରା
ଦେଖି ସମ୍ମୋହନ ଯେଣୁ
ଭସା ମେଘ ତଳେ ଛୁପିଛୁପି ଚାନ୍ଦ
ବିଚ୍ଛୁରିବ ସ୍ବର୍ଣ୍ଣ ରେଣୁ।
କରୋନା କରନା ଆଉ ହତାହତ
ଖୋଲିଦିଅ ପଦ ଶୃଙ୍ଖଳ
ସାତ ସିନ୍ଧୁ ପାରି ଉଡିଯିବି ବାରେ
ମୋ ପ୍ରୀୟତମ ସ୍ଥଳ।
ଘଡି ସନ୍ଧି ମୁହୂର୍ତ୍ତ ଦୂର ହେଇ ଯିବ
ହବ ଯେ ପୁନର୍ମିଳନ।
ହେ ମହା ବାହୁ ଅନ୍ତରୁ ଡାକୁଛି
ଦୂର କରିଦିଅ ଏ ଦୁର୍ଦ୍ଦିନ।
Comments
Post a Comment