ଅଶାନ୍ତ ରେ ଶାନ୍ତ.....
ଅନ୍ଧାରେ ଆଲୋକ...
ସ୍ବପ୍ନ ରେ ବାସ୍ତବ...
ଶୂନ୍ୟତା ରେ ପୂର୍ଣ୍ଣ...
ତୁମେ ହିଁ ଜଗତ କର୍ତ୍ତା।
କଳା ବାଦଲ ଆଜି
ମଣ୍ଡିଛି ଆକାଶେ
ଦୂର କର ତା ମଳିନତା।
ଅସତ୍ୟ ରେ ସତ୍ୟ.…
ଅଭାବ ରେ ଭାବ...
ପାପ ରେ ଯେ ପୂଣ୍ୟ....
ହିଂସା ରେ ଅହିଂସା....
ତୁମେ ହିଁ ତ ତ୍ରାଣ କର୍ତ୍ତା।
ବିପଦ ଶୃଙ୍ଖଳ
ଖୋଲିଦିଅ ବାରେ
ଆଣିଦିଅ ସ୍ବାଧୀନତା।
ସୃଷ୍ଟି ରେ ବିଲୟ....
ଅଧର୍ମ ରେ ଧର୍ମ....
ଘୃଣା ରେ ଯେ ପ୍ରେମ...
ଦୁଃଖ ରେ ଯେ ସୁଖ....
ତୁମେ ହିଁ ପାଳନ କର୍ତ୍ତା।
ସୁନ୍ଦର ସଂସାର
ହଉଛି ବିଲୟ
ରକ୍ଷାକର ମାନବତା।
ଆରମ୍ଭ ରୁ ଅନ୍ତ....
ଅନ୍ତ ରୁ ଆରମ୍ଭ...
ତୁମେ ହିଁ ତ ରଚୟିତା
ପଲ୍ଲିବିତ ହଉ
ଏ ସାରା ଜଗତ....
ଭରିଦିଅ ଶାନ୍ତି ବାର୍ତ୍ତା।
ମିନାକ୍ଷୀ
🙏🏻🙏🏻🙏🏻🙏🏻🙏🏻
Comments
Post a Comment