ପୌରୁଷତ୍ୟ ଅହଂକାର ରେ ଆଜି
ଜିତି ଯାଇଛ ମହାଭାରତ।
ନା ହୋଇଥାନ୍ତା ବସ୍ତ୍ର ହରଣ
ନା ହୋଇଥାନ୍ତା ଅଖଣ୍ଡ ଯୁଦ୍ଧ !!!
ସେତେବେଳେ ଭି ବଳି ପଡ଼ିଥିଲେ ...
ଦ୍ରୌପଦୀ , ସୀତା ସତୀ ।।।
ଆଜି ଭି ପଡୁଛି ବଳି
ନୀରବ ମୁହାଣ ରେ ...
ଅଗ୍ନିପରୀକ୍ଷା ରେ....
ଆଜି ସତ ସତ ନାରୀ ଜାତି ।।।।
ଶାଶୁ ମାନ ରକ୍ଷା ପାଇଁ
ଦ୍ରୌପଦୀ ସାଜିଲେ ପାଞ୍ଚାଳି।
ପଶା ଖେଳ ରେ
କୁରୁସଭା ତଳେ....
ପଡ଼ିଲେ ସେ ବଳି,
କୁଆଡେ ଗଲା ନାରୀ ର ମହତ ଆଉ ତାର ଇଜ୍ଜତ???
କରିଲ ତା ଭଙ୍ଗୁର
ମନ କୁ ହତାହତ।
ହେ ମାତ କୁନ୍ତି ....!!!
ତୁମେ ଭି ତ ଏକ ନାରୀ....
କେମିତି ବୁଝି ନପାରିଲ
ମନର ଗୁହାରି???
ପୁତ୍ର ର ଗୌରବ ପାଇଁ
ବନିଗଲ ମୁକ
କୁରୁ ସଭା ତଳେ ହୋଇ କି ପାରିଲ
ନୀରବ ଦର୍ଶକ??
ସ୍ଵାମି ପଞ୍ଚୁ ପାଣ୍ଡବ ଭି
କରି ପାରିଲେନି ରକ୍ଷା
ସାହା ଥିଲେ କେବଳ
ସେଇ କୃଷ୍ଣ ସଖା।।
ନାରୀର ଗୋଟିଏ ଭୁଲ
ନୁହଁ କ୍ଷମଣୀୟ।
ଅବଳା ଦୁର୍ବଳା ରେ
ସେ ହୁଏ ଗଣ୍ୟ।।।
ହତାଦର ଏବେ ଭି
ଏ ଫୁଙ୍ଗୁଳା ରାଜ୍ୟ ରେ.....
ସତେ ଗୋଟେ ଶୋଭନୀୟ, ଦର୍ଶନୀୟ ,ଆନନ୍ଦିତା ବସ୍ତୁ ଏ ଜଗତରେ....
ବିନା ନାରି ଜଗତ ଚାଲେନା
ୟେ ତ ଅକାଟ୍ୟ ସତ୍ୟ।
ବିପଦ ନାଶନ ପାଇଁ କିନ୍ତୁ....
ଆଗକୁ ଆସନ୍ତି ନାରି ଶକ୍ତି ଦୁର୍ଗାମାତ।
ଜୀବନ ର
ପ୍ରତିଟି ସୋପାନରେ
ନାରୀର ଉତ୍ସର୍ଗ ଜୀବନ।
ପ୍ରତି କ୍ଷଣରେ ନାରୀ ହିଁ କାମ୍ୟ।
ନା ସେ ହବ ସୀତା ନା ହବ ଦ୍ରୌପଦୀ ନା ହବ ନିଷ୍ଠୁର କୁନ୍ତି।
ସେ ହବ ନାରୀ ଶକ୍ତି ମୟୀ
ସବଳା,ପ୍ରବଳା ରକ୍ଷାକାରି
ମହା ନେତ୍ରୀ ,
କ୍ରାନ୍ତି କାରି ଯୁଗ ଶକ୍ତି।
*ମିନାକ୍ଷୀ*
💐💐💐💐💐💐
Comments
Post a Comment