ଗପ ରେ ଗପ ରେ
କହିଦେଲି ମୁଁ ...
ଅନ୍ତର ଅକୁହା କଥା ।।
ହସ ରେ ହସରେ...
ବୁଝିଗଲ ତମେ...
ମୋ ମନ ମରମ ବ୍ୟଥା।।
ଗୀତ ରେ ଗୀତ ରେ....
ଗାଇ ଦେଲି ମୁଁ ...
ଆମର ପ୍ରେମ କାହାଣୀ।।
ଭାଷା ରେ ଭାଷାରେ
ବୁଝି ଗଲ ସତେ....
ତୁମେ ହିଁ ମଥାର ମଣି।।
ନାଚ ରେ ନାଚ ରେ....
କରି ନେଲି କାବୁ...
ତୁମରି ଅବୁଝା ମନ।।।।
ଠାଣିରେ ଠାଣିରେ...
ବୁଝି ଗଲ ତୁମେ...
ଗହନ ଗୋପନ ଗୁଣ ।।।
ସପନେ ସପନେ
ଖୋଜୁ ଥିଲି ମୁଁ....
ତୁମର ଶୀତଳ ସ୍ପର୍ଶ।।
ଭାବରେ ଭାବରେ
ଭରି ଦେଲ ତୁମେ....
ପ୍ରେମ ର ମଧୂର ରସ
କାନ୍ଦରେ କାନ୍ଦରେ...
ବହିଗଲା ସବୁ...
ମାନ ଅଭିମାନ କଥା।।।
ପୋଛୁ ପୋଛୁ ଲୁହ...
ଭରସା ଦେଲ ଯେ...
ସାହା ମୋ ହୋଇବ ସଦା।।।
ରଙ୍ଗ ରେ ରଙ୍ଗ ରେ...
ରଙ୍ଗେଇ ଯିବ...
ଆମ ପ୍ରେମ ଭରା ଏ ଜୀବନ।।।
ଶାନ୍ତି ରେ ଶାନ୍ତିରେ...
କଟି ଯିବ ଦିନ..
ନ ତୁଟୁ ଏ ପ୍ରେମ ବନ୍ଧନ।।।
*ମିନାକ୍ଷୀ*
❤❤❤❤❤❤
Comments
Post a Comment