ଦିପ ଟିଏ ନଥିଲା....
ସେ ଥିଲା....
ଆଶାର ଆଲୋକ......
ହେ ପ୍ରଭୁ.....
ଦେଖିଯାଅ ଥରେ.....
ଆଜି ବିଶ୍ବରେ ଖେଳୁଛି
କେମିତି କରୋନା ଆତଙ୍କ।
ଜ୍ଞାନ , ଅର୍ଥ, ଯଶ
ଆଜି ସବୁ ନିରୁପାୟ...
ଲୋଡା କେବଳ ହିଁ
ତୁମ ରି ଅଭୟ।
ମନର ଅନ୍ଧାରି
ଗହ୍ୱର ପରି.....
ସାରା ଜଗତ ଆଜି
ଅନ୍ଧକାର ମୟ.....
ହେଲୁଣି ଅଥୟ...
କ୍ଷୀଣ ଆଶା ର ଆଲୋକ
ସଞ୍ଚାରେ ମନରେ ନିର୍ଭୟ...
ହୁଅ କୃପାମୟ।
ଆଜି ସୃଷ୍ଟି ତୁମ....
ହବାକୁ ଯାଉଛି ପ୍ରଳୟ।
ରକ୍ଷାକର ଏ ବିପଦୁ
ହେ ଲୀଳାମୟ
ହେ ବାଞ୍ଛାମୟ....!!!!!
ଜାଣୁ....
ଜଗତ ଉଦ୍ଧାର ପାଇଁ
ସଂହାର କର ତୁମେ
ପାପର ଉର୍ଦ୍ଧତ୍ବ
ଆହେ ଜଗତମୟ....
ସମସ୍ତେ ତ ନୁହନ୍ତି
ରାବଣ ସମ....
କାହିଁକି ଏ ଅଭିପ୍ରାୟ?
କ୍ଷୀଣ ଆଶା ଟିକକ
ମଳିନ ନ ପଡୁ ତୁମ
ଛତ୍ରଛାୟା ତଳେ
ଏତିକି ବିନୟ....
ନାଶିବାର ଯଦି ଅଛି
ପାପି ର ଭାର୍ତ୍ତୂଦ୍ଧ୍ବ..
ନାଶ କର ତୁମେ......
କେବଳ ଦୁଷ୍ଟ ଭୂତାଣୁ ପ୍ରକୋପ
ହୋଇ ଅସ୍ତ୍ରଶସ୍ତ୍ର ମୟ।
ଆଜି କରନ୍ତି ପ୍ରାୟଶ୍ଚିତ
ହୋଇ ସର୍ବେ...
ଅନୁତପ୍ତ ମୟ
ଜାଣିଲା ଦୁନିଆ ....
ଏ ଅଭିନୟ ଜୀବନେ
ସବୁ କ୍ଷଣମୟ....
ମୃତ୍ୟୁ ର କରାଳ କାଳ ରେ....
ସର୍ବେ ହୋଇବେ ବିଲୟ।
ରହିଯିବ କିଛି ଅଲିଭା କିର୍ତ୍ତି
ପୂଣ୍ୟ ମୟ ଜୀବନ ର
କିଛି ପୃଷ୍ଠା କିଛି ଗିତି...
କରି ଯେ ପାଥେୟ.....
ହୋଇ ସ୍ମୃତିମୟ।
ଏହି କ୍ଷୀଣ ପ୍ରଜ୍ଜ୍ଵଳିତ ଦିପଶିଖା ରେ.....
ଦୂର କର ଅନ୍ଧକାର....
ହୋଇ ଆଲୋକ ମୟ।
ଏତିକି ଅନୁନୟ.....
ଦୂର କର ଆମ ଦୁର୍ଗତି....
ହେ...... ନରସିଂହ.....
କର ହେ ଉପାୟ....
ହୁଅ ଯେ ସଦୟ...
ଆହେ ଦୟାମୟ....
ଆହେ ଜ୍ୟୋତିର୍ମୟ....
-ମିନାକ୍ଷୀ-
🙏🏻🙏🏻🙏🏻🙏🏻🙏🏻🙏🏻
Comments
Post a Comment