କେତେ ବେଳେ ଡାକ
ଏଇ ଏଇ ବୋଲି
କେତେବେଳେ ଡାକ ଜାନୁ
ଆଉ କେତେବେଳେ
ଡାକ ପ୍ରୀୟା ପ୍ରୀୟା
କେତେବେଳେ କୁହ ମିନୁ
ସବୁ ଡାକ ତୁମ
ଅଟେ ମନଛୁଆଁ
ଶୁଣିଲେ ଚହଲେ ଛାତି
ପ୍ରୀତିର ପସରା
ଖୋଲେ ତୁମ ପାଇଁ
ପ୍ରେମ ଲଗ୍ନେ ଯାଏ ମାତି।
ଭଲପାଇବା
ନୁହେଁ ମୋ ଛଳନା
ନୁହଁଇ ଯେ ମୋ ଅଭିନୟ
ପଡ଼ିଲା ତୁମ ସହ
ଯେବେ ହାତ ଗଣ୍ଠି
ବିକିଲି ତୁମକୁ ହୃଦୟ।
ମୋର ସବୁ ଦୋଷ
କରିଲ ଯେ କ୍ଷମା
ମନରେ ନ ରଖି କୋପ
ବାନ୍ଧି ହୋଇଗଲି
ତୁମରି ପ୍ରେମରେ
ମନରେ ନ ରଖି ଚାପ।
ତୁମେ ପାଖେ ଥିଲେ
ଡର ନାହିଁ ମତେ
ନାହିଁ କାହାକୁ ମୋ ଭୟ
ଧନ୍ୟ ହୋଇଛି
ମୋହରି ଜୀବନ
ପାଇ ତୁମ ପ୍ରେମ ପ୍ରଣୟ।
ତୁମରି କୋଳରେ
ମୁଣ୍ଡ ରଖି ପ୍ରୀୟେ
ନିଃଶ୍ବାସ ଯାଉ ମୋ ଛାଡି।
କରେ ନିବେଦନ
ଜଗା କାଳିଆ କୁ
ଗୁହାରି କରେ
ତା ପାଦେ ପଡ଼ି।
Comments
Post a Comment