ଏ ବନ୍ଦି ଜୀବନ କଲା ହନ୍ତସନ୍ତ
ମନ ହୋଇଗଲା ବଣା....
ଆଉ କେତେଦିନ ଏମିତି ଚାଲିବ
ନାହିଁ ତାହାର ଯେ ଠିକଣା।
କରୋନା ଆତଙ୍କେ ଭୟଭୀତ ଲୋକେ
ବାନ୍ଧି ନେଲେ ପଦ ଶୃଙ୍ଖଳ....
କାଳିଆ ରେ କହ ଆଉ କେତେ ଦିନ
କରୋନା ର ଚାଲିବ ଏ ଖେଳ।
ଅଦୂଶ୍ୟ କରୋନା କେତେ ତା ମହିମା
ଭଗବାନ ଙ୍କୁ ଭି ଛାଡିଲାନି....
ମନ୍ଦିର ମସଜିଦ ତାଲା ପଡ଼ିଗଲା
ଜଗତେ ପଡ଼ିଲା ଭାଳେଣି।
କରୋନା ଔଷଧୀ ବାହାରିବା ପରେ
ସଂସାର ଲଭିବ ଆଶ୍ବସ୍ତି....
ସେତେଦିନ ଯାଏଁ ରହିବା ସକ୍ରିୟ
ମାନି ସ୍ବଚ୍ଛତା ଭରା ପ୍ରଶସ୍ତି।
ହାତ ଧୋଉଥିବା ଦୂରତା ରଖିବା
ତୁଣ୍ଡି ବାନ୍ଧି ଆମ ପାଟିରେ....
ଲୁଚିବା ନାହିଁ କି ଲୁଚେଇବା ନାହିଁ
ଆକ୍ରାନ୍ତ ହେଲେ ବ୍ୟାଧି ରେ।
ଡରିବା ନାହିଁ କି କାନ୍ଦିବା ନାହିଁ
ଦେଖି କରୋନା ର ପ୍ରକୋପ....
ଘରେ ରହି ସବୁ ହୋଇ ସୁରକ୍ଷିତ
ଜାଳିବା ଜଗାକୁ ପ୍ରଦୀପ।
ପଶୁପକ୍ଷୀ ସବୁ ଅଛନ୍ତି ଆଶ୍ବସ୍ତ
କଳା ଧୂସର ଧୁଆଁ ରୁ....
ପର୍ଯ୍ୟାବରଣ ଭି ଅଛି ସୁରକ୍ଷିତ
ବାୟୁ ପ୍ରଦୁଷଣ ଦାଉରୁ।
ବ୍ୟସ୍ତ ଜୀବନେ ଅସ୍ତ ରହୁଥିଲେ
କାଟୁଥିଲେ ଏକାନ୍ତ ଜୀବନ....
କରୋନାତ ଆଜି କରିଛି ଏକାଠି
ଲଭନ୍ତି ପରିବାର ସପ୍ରେମ।
ଏକାଠି ରହିବା ଏକାଠି ଖାଇବା
ରହିବା ଯେ ମିଶି ଖୁସିରେ....
ଡରିବାନି ଆମେ ଡଟେ ରହିବା
ସ୍ବଚ୍ଛତା କୁ ମାନି ପଥରେ
ନାଗଫାଶେ ବାନ୍ଧି ଶୂଳି ତାକୁ ଦବା
କରୋନା ପଳେଇବ ଭୟ ରେ....
ଆମର ଉଦ୍ୟମ ହବ ଯେ ସଫଳ
ଜ୍ୟୋତ ଜଳାଇବା ମନ ରେ।
ଆସ ସାଥୀ ଆସ କରିବା ପ୍ରୟାସ
ଫୁଟାଇ ହସ ଆମ ମନ ରେ...
କରୋନା କରୁଣା ହେବ ଯେ ନିଶ୍ଚୟ
ଦେଖି ଆମ ଦୃଢ଼ ଲୟ ରେ।
ଡର କାହାକୁ ବା ଭୟ କାହାକୁ
ଭଗବାନ ଅଛନ୍ତି ଚତୁଃପାର୍ଶ୍ଵରେ.....
ମନରେ ରଖି ଏ ଦଣ୍ଠ ବିଶ୍ବାସ
ଶାନ୍ତି ରେ ରହିବା ବିଶ୍ବରେ।
ମିନାକ୍ଷୀ
🙏🏻🙏🏻🙏🏻🙏🏻🙏🏻
Comments
Post a Comment