ଝରା ଶେଫାଳୀ ଗୋଧୂଳି ଲଗନେ
ଝରାଇ ପୀରତି ଝରଣା
ଚୁପି ଚୁପି ଓଠଲାଜ ଲାଜ ହସ
କିଣିନେବ ପ୍ରେମ ଠିକଣା।
ତାରା ମେଳେ ଜହ୍ନ ହସି ଦେଖୁଥିବ
ଭିଜାଇ ପୀରତି ଜୋଛନା
ଅଳସି ଆଖି ଟା ନିଦେଇ ଯିବ ତା
ପାଇଁ ଚୁମ୍ବନ ର ମୂର୍ଚ୍ଛନା।
ସରଗ ରାଇଜ ଅମରାବତୀ ରୁ ଆଣିଛି କଦମ୍ବ ଫୁଲ
ମନ୍ଦ ମନ୍ଦ ହସି ମନ୍ଦ ମଳୟ
ଦେଖିବ ପୀରତି ଖେଳ।
ଭିଜା ଭିଜା ବାସ୍ନା ମେଘ ରାଇଜରୁ
ଢାଳିବ ଫୁଲ ର ଅସରା
ଲୁଚି ଲୁଚି ଆସି ଦେଖିଯାଅ ଥରେ
ଖୋଲିଛି ସେ ପ୍ରେମ ପସରା
ରୁମଝୁମ ଛନ୍ଦେ ବାଜେଣୀ ନୁପୁର
ନାଚେ ପୀରତି ରେ ଗୋରୀ
ସପନ ବିଭୋର ନୀଳ ଆଖି କୋଣେ
ଅସୁମାରୀ ଖୁସି ଧରି।
ରହି ଯା ସମୟ ଆଉ କିଛି କ୍ଷଣ
ତା ପ୍ରୀୟା ଆସୁଛି ଧାଇଁ
ତା ପ୍ରେମ ଲଗନ ମାତ୍ର ତ ଆରମ୍ଭ
କିଛି ସମୟ ଯିବ ଜିଇଁ।
❤❤❤❤❤
Comments
Post a Comment