ଚାନ୍ଦିନୀ ରାତିରୁ ଚେନାଏ ମାଗିଲି ସରାଗରେ ଲୋ.... ଚନ୍ଦ୍ରମଲ୍ଲି!!!!
ଭରି ଦେଲୁ ମୋ ପାପୁଲି ରେ ସବୁ ଖୁସି ହୋଇ ଖିଲିଖିଲି
ତୋ ଯୋଛନା ରେ ଭିଜିଗଲା ମୋର
ଭିଜିଗଲା ଦିନରାତି
ତୋ ଶୀତଳ ସାୟା ଉବୁଟୁବୁ କଲା
ଉଷ୍ଣତା ଭରିଲା ଛାତି।
ମାଗିଲି ମୁଠାଏ ମଲ୍ଲି ର ମହକ
ମାଗିଲି ରଙ୍ଗିନ ରାତି
ସହସ୍ର ମଲ୍ଲି ରେ ସଜେଇ ଦେଲୁ ଲୋ
ସାରା ରାତି ଚାନ୍ଦିନୀ ରାତି।
ମୋର ଛାୟାକାୟା ମୋର ଯପ ତପ ବତୁରିଲା ତୋ ପ୍ରେମ ଫାଶେ
କଜ୍ଜଳ ପୂରିତ ମୃଗନୟନୀ ଗୋ
ଚାହିଁ ଦେଲୁ ଯେବେ ଶେଷେ
ମଖମଲ୍ଲ ମଲ୍ଲ ପଣତକାନି ରେ ଝାଡି ଦେଲୁ ଯେବେ ତନ
କି କହିବି ଲୋ ନୀଳାଞ୍ଜନା ତତେ ଆଉ
ଉଚ୍ଛନ୍ନ ହେଲା ମୋ ମନ।
ମୋ ବଡ଼ଦାଣ୍ଡ ମୋ ଅଗଣା ବାଡି
କସ୍ତୁରୀ ମହକ ଭରେ
ତନ ମନ ସବୁ ବନ୍ଧା ତୋ ପ୍ରେମରେ
ସଜ ମଲ୍ଲି ମଧୂ ଝରେ।
Comments
Post a Comment