ପାହାଡ ରାଇଜର ପାହାଡି କନ୍ୟା ମୁଁ....!!!!
ନାମ ନିର୍ଝରିଣୀ ...
ଧୋବ ଫର ଫର ଶୁଭ୍ର ବସ୍ତ୍ରାଙ୍ଗିନୀ
ଅନନ୍ତ କାଳୁ ଆବାହନ ମୋର
ତନୁ ରେ ମୋର
ସଦ୍ୟ ଫୁଟା ପୁଷ୍ପ ର ସଂଭାର।
ଓଠ ଅଟେ ମୋ ନାଲି ରକ୍ତ କଇଁ
ନୃତ୍ୟ ନିପୁଣା ମୁଁ ନାଚେ ପାଦେ ଅଳତା ନାଇ
ସିଂହି କଟିନୀ ମୁଁ ମୃଗ ନୟନୀ
କବରୀର ବାସ
ମୋର ମନ ମୋହିନୀ।
ନୀଳ କୁନ୍ତଳ ତଳେ
ଅଙ୍କା ବଙ୍କା ଧାର
ସବୁଜ ମେଖଳା ଅଙ୍ଗେ ଅଙ୍ଗେ ମୋର।
ମଥାରେ ଆଙ୍କିଛି
ଲାଲ ଟୁକ୍ ଟୁକ୍ ସିନ୍ଦୂର ବିନ୍ଦୁ
ସ୍ବର୍ଣାଭ ଆଶା ନେଇ ଲଂଘିଯିବି ସାତ ସିନ୍ଧୁ
ସପନେ ମନ ଛନ୍ଦାୟିତ
ମନ ରେ ମଧୁ ମହକିତ।
ପାହାଡ ସୁନ୍ଦରୀ
ମୁଁ ରାଜକୁମାରୀ
ଛଳ ଛଳ କଳ କଳ
ବୁଲୁଥାଏ ଘିରି ଘିରି।
"ଆସିବେ ଚିତ୍ତ ଚୋର
ମୋ ସପନ ରାଜ କୁମାର
ମାରିବେ ଫୁଲ ଶର
ଉଛୁଳା ପ୍ରେମ ରେ ତାର
ଖୋଲିଦେବି ମୋ ହୃଦୟ ଦ୍ବାର"
ପ୍ରୀତି ବନ୍ୟା ରେ ଯିବି ବହି.....
ଶୁଭ୍ର ଜୋଛନା ରେ ଭିଜି ମୁହିଁ....
ହଁ ମୁଁ ନିର୍ଝରିଣୀ....!!!
ପ୍ରକୃତି ର ଅପରୂପା ରାଣୀ ....
ସର୍ପିଳ ଗାମିନୀ
ପ୍ରେମ ପୂଜାରୁଣୀ.....
ଲେଖିବି ଶାଶ୍ଵତ ପ୍ରେମ ର ଏକ ଅକୁହା କାହାଣୀ.....!!!!
Comments
Post a Comment