ଆରମ୍ଭେ ସକାଳ ଆଙ୍କି ତୁମ ଛବି
ହୃଦେ ସାଇତି ମୁଁ ଶୁଏ....
କର୍ତ୍ତବ୍ୟ ରୁ ଟିକେ ଅସର ପାଇଲେ
ତୁମ ପ୍ରେମେ ମଜ୍ଜି ଯାଏ। 🌹 (୧)
ହୋଇଯାଅ କୃଷ୍ଣ
ହୁଏ ମୁଁ ରାଧିକା
ରାସଲୀଳା ହୁଏ ସୁରୁ....
ଆମ ମିଳନର ର
ସାକ୍ଷି ସେଇ ବଂଶୀ
ସାକ୍ଷି କଦମ୍ବ ର ଭୁରୁ।🌹(୨)
ଲୁଚି ଲୁଚି ଆସି ଲୁଚାଅ ମୋ ଆଖି
ଲାଜରେ ମଉଳି ଯାଏ....
ପଣତ କାନି କୁ ପଛୁ ଟାଣି ଦିଅ
ତୁମ କୋଳେ ଲୋଟି ଯାଏ।🌹(୩)
ଅଧରେ ଚୁମ୍ବନ ଆଙ୍କି ଦିଅ ଯେବେ
ସରମି ମନ ମୋ ଯାଏ....
ଆମ୍ବ ଡାଳେ କୁହୁ ପକାଏ ଯେ ହୁରି
ମୁଚି ମୁଚି ହସୁଥାଏ।🌹(୪)
ରଚିବା ଏକ ଆମେ ପ୍ରେମ ଇତିହାସ
କବିତାର ସୁରେ ସୁରେ....
ମୋ ପାଦ ଘୁଙ୍ଗୁର
ତୁମ ବଂଶୀ ଧ୍ବନି
ନାଚିବେ ସାଥିରେ ସାଥିରେ।🌹(୫)
🌹🌹🌹🌹🌹🌹
Comments
Post a Comment