ନିଦାଘ ଜାଳଇ ଫୁଲ ଉପବନ
ନିଆଁ ତ ଜାଳଇ ବନ
ଜହ୍ନ ର ପ୍ରେମରେ କଇଁ ତ ଜଳଇ
ବିରହରେ ଜଳେ ମନ।(୧)
କୁହୁଡି ଜାଳଇ ବଉଳର ଫୁଲ
ସ୍ମୃତି ନିଆଁ ହୃଦ ଜାଳେ....
ଜଳନ୍ତା ଜୁଇ ରେ ନାରୀ ଯେ ଜଳଇ
ବୁଝନ୍ତିନି କାଳେ କାଳେ।(୨)
ଈର୍ଷା ର ନିଆଁ ରେ ସଂପର୍କ ଜଳଇ
ଭୋକ ର ନିଆଁ ରେ ପେଟ....
ଭଙ୍ଗୁର କାଚ ଯୋଡ଼ି କି ହୋଇବ
ମନ ହୁଏ ଛଟପଟ।(୩)
କ୍ରୋଧର ନିଆଁ ରେ ମଣିଷ ଜଳଇ
ମିଛର ନିଆଁ ରେ ସତ୍ୟ।
ଅଭାବ ନିଆଁ ରେ ବୁଦ୍ଧି ଜଳିଯାଏ
ଛଳନା ନିଆଁ ରେ ଭୃତ୍ୟ।(୪)
ଭଲ ପାଇବାର ଜଳନ୍ତା ଧୋଖାରେ
କୁହୁଳି ଉଠଇ ମନ...
ସଂଦେହ ନିଆଁ ଟି ବଡ଼ ମାରାତ୍ମକ
ସଂପର୍କ କରଇ ନ୍ୟୁନ।(୫)
ଦରିଦ୍ର ନିଆଁ ରେ ବିବେକ ଜଳଇ
ଧନ ର ନିଆଁ ରେ
କର୍ମ...
ଦୁଇ ଅକ୍ଷର ଏଇ ନିଆଁ ର ନାମଟି
ଅଟେ ଯେ ବଡ଼ ବିଷମ।(୬)
*ମିନାକ୍ଷୀ*
Comments
Post a Comment