🌹ମୋ ବୋଉ🌹
ବୋଉ ଲୋ....
ଆଜି ବହୁତ ମନେ ପଡୁଛୁ
ଜୀବନ ର ଏଇ ଶେଷ ଗଡାଣିରରେ.....
ମନ ଟା ଭାଙ୍ଗି ଗଲାଣି ଲୋ ବୋଉ
ଅସହ୍ୟ ଲାଗୁଛି ଏ ଜୀବନ ତୋ ବିହୁନେ....
କାହିଁକି ଛାଡି ଚାଲିଗଲୁ ସେ ଅପହଞ୍ଚ ଇଲାକା କୁ???
ତତେ ଆଉ ଦେଖି ପାରୁନି
ମନ ଟା ଖାଲି ଛଟପଟ ହଉଛି...
ଶରୀର ଶିଥିଳ ହେଉ ଯାଉଛି.....
ତୁ ପାଖେ ପାଖେ ନାହୁଁ ବୋଲି।
ସେ ଦୁନିଆରେ କେମିତି ଅଛୁ ଲୋ ବୋଉ…?
ସଂସାର ସଉଦା ସାରି ଆସିଯିବି ତୋ ପାଖକୁ।
ତୋ ହସ ହସ ମୁହଁ
ଇସାରା ଡାକ
ସବୁ ଭାସି ଯାଉଛି
ନୀଳ ଛବି ହୋଇ...
ଆଖି ଲୁହ ରେ ସବୁ ଝାପସା ଝାପସା ଦିଶୁଛି
ତୋ ହାତ ରନ୍ଧା କେବେଠୁ ଖାଇନି
ତୋ କୋଳ ରେ ମୁଣ୍ଡ ରଖି ଶୋଇନି
ଦୁନିଆ ବାଲି ଟହ ଟହ ତାତି ଗଲାଣି
ଆଉ ସହି ହଉନି
ହାତ ଧରି ଚାଲି ଶିଖେଇଲୁ
ଦୁନିଆ ଆଲୋକ ଦେଖେଇଥିଲୁ
ଏବେ ସବୁ ଅନ୍ଧାର ଲୋ ବୋଉ....
ତୋ ବିନା କିଛି ଭଲ ଲାଗୁନି।
ଶେଷ ପାହାଁଚ କୁ ଆସି ଗଲିଣି
ବ୍ୟସ୍ତ ହୁଅନା ଲୋ ବୋଉ
ତୋ ପାଖେ ପାଖେ ରହିଥିବି
ତୁ କହୁଥିବୁ ମୁଁ ଶୁଣୁଥିବି
କେବଳ ତୁ ଥିବୁ ମୁଁ ଥିବି
ତୋ ପଣତ କାନି ରେ ମୁହଁ ଲୁଚେଇ ପଡ଼ି ରହିଥିବି
ଆଉ ବିଳମ୍ବ ନାହିଁ
ସଂସାର ଯବନୀକା
ସାରି ଦେଲିଣି।
ଏଠି ସବୁ ଅଚିହ୍ନା ଅଚିହ୍ନା ଲାଗିଲାଣି।
ଅପେକ୍ଷା କର ଟିକେ ଲୋ ବୋଉ....
ଜୀବନ ର ଶେଷ ପୃଷ୍ଠା ଲେଖିକି
ଆସିଯିବି ତୋ ପାଖକୁ ସବୁ ଦିନ ପାଇଁ।
🙏🏻🙏🏻🙏🏻🙏🏻🙏🏻
Comments
Post a Comment