Skip to main content

ଆକାଂକ୍ଷା

ସମୟର ଗତି କୁ କିଏ ବା ରୋକି ପାରିବ??? ସମୟର ଆବର୍ତ୍ତନ ରେ ଲାବନ୍ୟା ଅର୍ଦ୍ଧ ସୋପାନ  ପଦାର୍ପଣ କରିସାରିଛି।ଜୀବନ କର୍ତ୍ତବ୍ୟ ର ଅକ୍ଷାଂଶ ଦ୍ରାଘିମା ରେ ପେଶି ହେଇ ଚୁନା ହେଇଯାଇଛି।

ଆଜି କିନ୍ତୁ ସମୟ ଟା ତାକୁ ଭାରି ଭାରି ଲାଗୁଛି।

କ'ଣ କରିବ??

ପିଲାମାନେ ସବୁ ବଡ଼ ହେଇଗଲେଣି।
ଯିଏ ଯାହାର କର୍ମକ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତ। ଏବେ ଘରଟା ବହୁତ ଖାଁ ଖାଁ ଲାଗୁଛି।ଏତେ ବଡ଼ ଘରେ ଦୁଇ ପ୍ରାଣୀ।   କ'ଣ ଟିକେ ରାନ୍ଧି ଦେଲେ ଦୁଇ ଓଳି କୁ ହେଇ ଯାଉଛି। 
ଶାଶୂ ଶ୍ବଶୁର ବାପା ମା ସ୍ବାମୀ ପୁଅ ଝିଅ ଙ୍କ ଦାୟିତ୍ଵ ବୋଝରେ ଭୁଲି ଯାଇଥିଲା ଲାବନ୍ୟା ନିଜ ପାଇଁ ଟିକେ ସମୟ କାଢ଼ିବାକୁ।
  
କେମିତି ସକାଳ ହୁଏ କେମିତି ରାତି ପାହି ଯାଏ ହୋସ ନ ଥାଏ। ଖୁବ ସୁନ୍ଦର ଭାବରେ ଦାୟିତ୍ଵ ନିଭେଇଛି ଲାବନ୍ୟା।
କାହାର ଭି କିଛି ଉଣା ହବାକୁ  ଦେଇନି ସେ। ସମସ୍ତ ଙ୍କ ମନ ଜାଣି  କାମ କରିଛି।ଦୁହିତା ଦୁଇ କୂଳ କୁ ହିତ ର ଯଥାର୍ଥତା ଆଣି ପାରିଛି।
ସ୍ବାମୀ ଙ୍କ ଚାକିରି ଓଡ଼ିଶା ବାହାରେ ହେଲେଭି ଦାୟିତ୍ବ ର କେବେ ଭି ଅବଜ୍ଞା କରିନି।
ପିଲାମାନେ ତାଙ୍କ ଗୋଡ଼ରେ ଏବେ ଠିଆ ହୋଇଛନ୍ତି। 
ସ୍ବାମୀ ଙ୍କ ରିଟାର୍ଡ ପରେ ଓଡ଼ିଶାରେ ରହୁଛନ୍ତି  ଲାବଣ୍ୟା ଆଉ ତାର ସ୍ବାମୀ।

ବଡ଼ ଘରଟେ ବନେଇଛନ୍ତି କଟକ ରେ ....।
ଏତେ ବଡ଼ ଘରେ ପୁଣି ଦୁଇ ପ୍ରାଣୀ।
ଏବେ ଲାବନ୍ୟା ଖୋଜୁଛି ସାଙ୍ଗସାଥୀ... ହସଖୁସି  ଟାଇମ୍ ପାସ୍ ପାଇଁ। ଆଉ କ'ଣ ଅଛି??? ଖୁସି ଖୁସି ରେ ଯେମିତି ଶେଷ ଜୀବନ ଟା କଟିଯାଉ। ଆଜି 
 ପୁରୁଣା ସାଙ୍ଗ ଙ୍କ କଥା ବହୁତ ମନେ ପଡୁଛି ଲାବନ୍ୟା ର।

କର୍ମ ଜଂଜାଳ ଭିତରେ କାହାର ନମ୍ବର ଭି ରଖି ପାରିନି ସେ। କୋଉଠୁ ଖୋଜିବ?? କାହାକୁ ବା ପଚାରିବ??
 ଝିଅ ମାନଙ୍କୁ ଫେଶବୁକ ଟ୍ବିଟର ରେ ଖୋଜିବା ବହୁତ ମୁସ୍କିଲ। 
ସେମାନଙ୍କ ସଂଜ୍ଞା ବାହାଘର ପରେ ଯୋଉ ବଦଳି ଯାଏ ଜାଣି ହୁଏନି ।
ଆଉ ପିଲାଦିନ ମୁହଁ ଭି ଏତେ ବଦଳି ଯାଇଥାଏ ଚିହ୍ନି ବା ବହୁତ କଷ୍ଟ।
ୟାକୁ ତାକୁ ପଚାରି ଫୋନ ନମ୍ବର ଖୋଜି ଚାଲିଥାଏ ଲାବଣ୍ୟା।
କିନ୍ତୁ ବିଫଳ ହୁଏ।

ଆଜି ଲାବଣ୍ୟା ବହୁତ ଖୁସି।
ତିରିଶ ବର୍ଷ ପରେ ଗୋଟିଏ ସାଙ୍ଗ ଯିଏ କି ତାର ବହୁତ ଅନ୍ତରଙ୍ଗ ଥିଲା.... ମନ୍ଦିର ରେ ଭେଟିଛି।
ହଠାତ୍ ଦେଖାରେ ତାକୁ ଚିହ୍ନା ଚିହ୍ନା ଲାଗିଲା। ସାହସ କରି  ପଚାରି ଦେଲା ତୁ ପ୍ରତିମା କି...??? 

ସେ ହଁ କହିଲା।

ଆଉ ଆପଣ???

ଆପଣ କ'ଣ
 କହୁଛୁ।

ଆରେ...ଦେଖ ମୁଁ ଲାବଣ୍ୟା।  

ଦୁହେଁ ଦୁହିଁଙ୍କୁ ଦେଖି ବହୁତ ଖୁସିରେ ଆତ୍ମହରା ହୋଇଗଲେ। କୁଣ୍ଢାକୁଣ୍ଢି ହେଇ ଖୁସିରେ ନାଚିବାକୁ ଲାଗିଲେ। ସତେ ଯେମିତି ସେଇ କଲେଜ ଜୀବନ କୁ ପୁଣି ଫେରି ଯାଇଛନ୍ତି।ଏମିତି ବିହ୍ୱଳ ହେଇ ଯାଇଛନ୍ତି
ଆଖ ପାଖରେ ଥିବା ଲୋକଙ୍କ ପ୍ରତି  ଦୂଷ୍ଟି ନ ଥାଏ ।।

ତିରିଶ ବର୍ଷ ର ଗପ ତାଙ୍କର ସତେ ଯେମିତି  ସରୁ ନ ଥାଏ।  

ସେପଟେ ପ୍ରଣବ ବାବୁ ହର୍ଣ ଉପରେ ହର୍ଣ ବଜେଇ ଚାଲିଛନ୍ତି।
*ମିନାକ୍ଷୀ*

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...