Skip to main content

ଭସା ମେଘ

ହଠାତ୍ ସୁନନ୍ଦା ର ଧଡ଼ କି ନିଦ ଭାଙ୍ଗି ଗଲା... 
ଏ...କ'ଣ !!!!
ବହୁତ ଦିନ ପରେ ତାର ଅତି ପ୍ରିୟ ବାନ୍ଧବୀ ର ସ୍ବପ୍ନ???
ଏମିତି କାନ୍ଦୁଥିଲା ସେ କାହିଁକି???
ମନ ଟା ଭଲ ଲଗିଲାନି।
ଚୁପଚାପ ସୋଫାରେ ଆସି ବସି ପଡିଲା।
ତାର ପିଲାଦିନ ସ୍ମୃତି ଆଖି ଆଗରେ ଆଜି ନାଚି ଯାଉଥାଏ।
ପ୍ରତିମା ଆଉ ସେ ବହୁତ ଭଲ ସାଙ୍ଗ ଥିଲେ। 
ଦୁହେଁ ଦୁହିଁଙ୍କୁ ଦଣ୍ଡେ ନ ଦେଖିଲେ ରହି ପାରନ୍ତିନି।
ପ୍ରତିମା ବାପା ବହୁତ ଗରିବ ଥିଲେ।
ଝିଅ ଭଲ ପଢୁଛି ବୋଲି ତାକୁ କଲେଜ ରେ ପଢଉଥିଲେ।ପାଠ ପଢି ନିଜ ଗୋଡ଼ ରେ ଠିଆ ହୋଇଗଲେ ତାଙ୍କର ଦୁଃଖ ଯିବ।
ତାର ଆଉ ଭାଇଭଉଣୀ ତ କେହି ନାହାନ୍ତି।
ପଢିକି ମଣିଷ ହେଇଯିବ ବୋଲି ତା ବାପାଙ୍କର ବହୁତ ଇଛା ଥିଲା।
ସୁନନ୍ଦା ର ବାପା ଭଲ ଚାକିରି କରୁଥିଲେ । ସୁନନ୍ଦା ତାକୁ ବହିପତ୍ର , ଖାତା, ପେନ୍ ଯୋଗେଇ ଦଉଥିଲା  ସବୁବେଳେ।
ଦେଖୁ ଦେଖୁ ସୁନନ୍ଦା ବାପା ଙ୍କ 
ବଦଳି ହୋଇ ଗଲା କଲିକତା। ବାଧ୍ୟ ହୋଇ ତାକୁ  ଯିବାକୁ ପଡିଲା ।

ପ୍ରଥମେ ପ୍ରଥମେ ଚିଠି ଦିଆ ନିଆ ଚାଲିଥିଲା ।ଧୀରେ ଧୀରେ ସେ ଭି ବନ୍ଦ ହେଇଗଲା। ସୁନନ୍ଦା ଏତେ ଭଲ ପଢୁନଥିଲା।  ତେଣୁ ତା ବାହାଘର ଭଲ ପାତ୍ର ଦେଖି ଜଲଦି କରିଦେଲେ।
ସେ ଭି ପରିବାର ଜଂଜାଳ ଭିତରେ ପ୍ରତିମାକୁ ଭୁଲିଗଲା। ଆଜି ସ୍ବପ୍ନ ଦେଖି ଭସା ବାଦଲ ପରି ତା ସମ୍ମୁଖରେ ପ୍ରତିଭାର ମୁହଁ ନାଚି ଉଠୁଛି।
କୋଉଠି ଅଛି...?  କେମିତି ଅଛି ....?
କୋଉଠୁ ଖୋଜିବ ତାକୁ।ଏମିତି ଗୁମୁରି ଗୁମୁରି ସୋଫା ଉପରେ ପଡ଼ିଥାଏ।

ଏ ...କଣ ଦିଦି ??ତମେ କାନ୍ଦୁଛ??? ଚାକରାଣୀ ରେଣୁ ଘରେ ପସୁ ପସୁ କହି ଉଠିଲା।
ତମ ଦେହ ଭଲ ନାହିଁକି ?
ହଉ ଦେଖେଇଲ ତୁମ ମୁଣ୍ଡ ଟା ଟିକେ ଚିପି ଦିଏ। ସୁନନ୍ଦା ଚୁପ୍ ହେଇ ସୋଫା ରେ ଲେଟି ପଡିଲା।
ସୁନନ୍ଦା କୁ ଭି ଆରାମ ଲାଗୁଥାଏ।

କଣ କହିବି ରେଣୁ....!!!

ଆଜି ମୁଁ ମୋ ଅନ୍ତରଙ୍ଗ ବାନ୍ଧବି ର ସ୍ବପ୍ନ ଦେଖିଲି। ସେ ମତେ ଯାବୁଡି ବହୁତ କାନ୍ଦୁଥାଏ। ଆଜିକୁ ତିରିଶି ବର୍ଷ ହେଇଗଲା ତା ସହ ମୋର ଆଉ ସଂପର୍କ  ନାହିଁ।କୋଉଠି ଅଛି କ'ଣ କରୁଛି କିଛି ଜାଣି ପାରିନି। ଏମିତି  ପିଲାଦିନ ର ସବୁକଥା ଗୋଟିଗୋଟି କହିଗଲା।
ହଠାତ୍ ତା ମୁହଁରେ ଉଷୁମ ଲୁହ ଦି ଟୋପା ପଡ଼ିଗଲା।
ଆରେ...
ତୋର କ'ଣ ହେଲା? ମୋ କଥା ରେ ଦୁଃଖି ହୋଇଗଲୁକି? 
ହଉ ଯା ...
ତୋ କାମ କରିବୁ।
ଦେଖୁଦେଖୁ ରେଣୁ ଭେଁ ଭେଁ କାନ୍ଦି ଉଠିଲା।
ସୁନନ୍ଦା ବହୁତ ହଠାତ୍ ବ୍ୟସ୍ତ ହେଇଗଲା ।
ସୋଫାରୁ  କି ଉଠି ତାକୁ ଧରି ପକେଇ କହିଲା ଏମିତି କାନ୍ଦୁଛୁ କଣ??ମୋ କଥାରେ ତୁ ଏତେ ଦୁଃଖି କାହିଁକି???
 ରେଣୁ ଲୁହ ଥମୁ ନ ଥାଏ।ପାଟିରେ ଭି କିଛି ଭାଷା ନ ଥାଏ।
କ'ଣ କହିବ ସେ...!!
ତାର ପ୍ରୀୟ ବାନ୍ଧବୀ ତା ସାମ୍ନା ରେ।
ସୁନନ୍ଦା ବହୁତ ବାଧ୍ୟ କଲା।
ତା ପାଟିରୁ ବାହାରି ଆସିଲା ସୁନୁ!!!!
ସୁନନ୍ଦା ଆଖି ତରାଟି ତାକୁ ଚାହିଁ ଥାଏ।ପାଟିରୁ କିଛି ଭାଷା ବାହାରୁ ନଥାଏ।

ବିଗତ ୩୦ବର୍ଷ
 ଭିତରେ ସେମାନେ ପୂରା ବଦଳି ଯାଇଛନ୍ତି । ସୁନନ୍ଦା ଅତ୍ୟଧିକ ମୋଟା ହୋଇ ଯାଇଛି ଥାଇରଏଡରେ...
ପ୍ରତିମା ଆଉ ସେ ପୂର୍ବ ସୁନ୍ଦରୀ ପ୍ରତିମା ହେଇକି ନାହିଁ ‌।


ପ୍ରତିମା କହି ଚାଲିଥାଏ....
ତା ବାପା ଙ୍କ ଦେହାନ୍ତ ପରେ ତାକୁ କଲେଜରୁ ଅବସର ନେବାକୁ ପଡିଲା। ମା ତାର ମୁଲିଆ ମଜୁଦୁରି କରି ବାହାଘର ଜଲଦି କରିଦେଲା।
ଭାବିଲା ଜୋଇଁ ଟା ପୁଅ ଭଳି ସାହାଯ୍ୟ କରିବ।କିନ୍ତୁ 
 ସ୍ବାମି ଟା ତାର ପୂରା ମଦୁଆ।
ତାକୁ ସବୁବେଳେ ପିଟୁଥାଏ।  ସବୁ ପଇସା ପତ୍ର ଛଡେଇକି ନେଇଯାଏ।
ମା ମୋର ଅବସ୍ଥା ଦେଖି ନପାରି ଆତ୍ମହତ୍ୟା କରିଦେଲା।
ମଦୁଆ ସ୍ଵାମୀ ମଦ ପାଇଁ ଟଙ୍କା ଲୋଭ ରେ ତା ସାଙ୍ଗ ଆଣି ଘରେ ପୁରେଇଲା।
କ'ଣ କହିବି ସୁନୁ....
ଗୋଟେଦିନ
ସେମାନେ ମିଶି ମୋର ରକ୍ତ ଶୋଷି ଦେଲେ ଲୋ...। ମୋତେ କୋଉ କୁଳରେ ରଖିଲେନି।
ମଦୁଆ ର ସେତେବେଳକୁ ହୋସ ଭି ନଥାଏ।ସେ ଭଲ ତ ତା ମଦ ଭଲ।

ପିଲାଟାକୁ ଧରି ସେଇ ରାତା ରାତି ମୁଁ ଟ୍ରେନ ରେ କଲିକତା ଚାଲି ଆସିଲି।
ମୋ ପାଖରେ କିଛି ପଇସା ପତ୍ର ନଥାଏ ଟିକଟ ପାଇଁ। ମୁଁ ବହୁତ କାନ୍ଦୁଥାଏ।
ଅଶ୍ବିନୀ ବାବୁ ଦେବଦୂତ ପରି ଆସି ମତେ ସାହାଯ୍ୟ କଲେ। ଟି ଟି ଇ କୁ ଟିକଟ ପାଇଁ ପଇସା ଦେଇ ମତେ ଏଠି କାମ ରେ ରଖେଇଲେ।
  ମୋର ଅସଲ ନାମ କୁ ଲୁଚେଇ ଏଇଠି କାମରେ ରହିଗଲି।
ତୁ...ଭି କେତେ ବଦଳି ଯାଇଛୁ ଲୋ ସୁନୁ!! 
ମୁଁ ଚଣ୍ଡାଳୁଣୀ ତତେ ଚିହ୍ନି ପାରିଲିନି।
ବହୁତ ଦିନ ପରେ ଦୁଇ ଅନ୍ତରଙ୍ଗ ବାନ୍ଧବୀ ଏମିତି ଅବସ୍ଥାରେ ଦେଖା ହବ  ସେମାନେ କଳ୍ପନା ଭି କରି ନଥିଲେ।
ଦୁହେଁ ଦୁହିଁଙ୍କୁ ଧରି ଏମିତି କାନ୍ଦୁଥାନ୍ତି।
ସେପଟେ ଅଶ୍ବିନୀ ବାବୁ ଚଷମା କାଢି ଆଖି ପୋଛୁଥାନ୍ତି।

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...