ହଠାତ୍ ସୁନନ୍ଦା ର ଧଡ଼ କି ନିଦ ଭାଙ୍ଗି ଗଲା...
ଏ...କ'ଣ !!!!
ବହୁତ ଦିନ ପରେ ତାର ଅତି ପ୍ରିୟ ବାନ୍ଧବୀ ର ସ୍ବପ୍ନ???
ଏମିତି କାନ୍ଦୁଥିଲା ସେ କାହିଁକି???
ମନ ଟା ଭଲ ଲଗିଲାନି।
ଚୁପଚାପ ସୋଫାରେ ଆସି ବସି ପଡିଲା।
ତାର ପିଲାଦିନ ସ୍ମୃତି ଆଖି ଆଗରେ ଆଜି ନାଚି ଯାଉଥାଏ।
ପ୍ରତିମା ଆଉ ସେ ବହୁତ ଭଲ ସାଙ୍ଗ ଥିଲେ।
ଦୁହେଁ ଦୁହିଁଙ୍କୁ ଦଣ୍ଡେ ନ ଦେଖିଲେ ରହି ପାରନ୍ତିନି।
ପ୍ରତିମା ବାପା ବହୁତ ଗରିବ ଥିଲେ।
ଝିଅ ଭଲ ପଢୁଛି ବୋଲି ତାକୁ କଲେଜ ରେ ପଢଉଥିଲେ।ପାଠ ପଢି ନିଜ ଗୋଡ଼ ରେ ଠିଆ ହୋଇଗଲେ ତାଙ୍କର ଦୁଃଖ ଯିବ।
ତାର ଆଉ ଭାଇଭଉଣୀ ତ କେହି ନାହାନ୍ତି।
ପଢିକି ମଣିଷ ହେଇଯିବ ବୋଲି ତା ବାପାଙ୍କର ବହୁତ ଇଛା ଥିଲା।
ସୁନନ୍ଦା ର ବାପା ଭଲ ଚାକିରି କରୁଥିଲେ । ସୁନନ୍ଦା ତାକୁ ବହିପତ୍ର , ଖାତା, ପେନ୍ ଯୋଗେଇ ଦଉଥିଲା ସବୁବେଳେ।
ଦେଖୁ ଦେଖୁ ସୁନନ୍ଦା ବାପା ଙ୍କ
ବଦଳି ହୋଇ ଗଲା କଲିକତା। ବାଧ୍ୟ ହୋଇ ତାକୁ ଯିବାକୁ ପଡିଲା ।
ପ୍ରଥମେ ପ୍ରଥମେ ଚିଠି ଦିଆ ନିଆ ଚାଲିଥିଲା ।ଧୀରେ ଧୀରେ ସେ ଭି ବନ୍ଦ ହେଇଗଲା। ସୁନନ୍ଦା ଏତେ ଭଲ ପଢୁନଥିଲା। ତେଣୁ ତା ବାହାଘର ଭଲ ପାତ୍ର ଦେଖି ଜଲଦି କରିଦେଲେ।
ସେ ଭି ପରିବାର ଜଂଜାଳ ଭିତରେ ପ୍ରତିମାକୁ ଭୁଲିଗଲା। ଆଜି ସ୍ବପ୍ନ ଦେଖି ଭସା ବାଦଲ ପରି ତା ସମ୍ମୁଖରେ ପ୍ରତିଭାର ମୁହଁ ନାଚି ଉଠୁଛି।
କୋଉଠି ଅଛି...? କେମିତି ଅଛି ....?
କୋଉଠୁ ଖୋଜିବ ତାକୁ।ଏମିତି ଗୁମୁରି ଗୁମୁରି ସୋଫା ଉପରେ ପଡ଼ିଥାଏ।
ଏ ...କଣ ଦିଦି ??ତମେ କାନ୍ଦୁଛ??? ଚାକରାଣୀ ରେଣୁ ଘରେ ପସୁ ପସୁ କହି ଉଠିଲା।
ତମ ଦେହ ଭଲ ନାହିଁକି ?
ହଉ ଦେଖେଇଲ ତୁମ ମୁଣ୍ଡ ଟା ଟିକେ ଚିପି ଦିଏ। ସୁନନ୍ଦା ଚୁପ୍ ହେଇ ସୋଫା ରେ ଲେଟି ପଡିଲା।
ସୁନନ୍ଦା କୁ ଭି ଆରାମ ଲାଗୁଥାଏ।
କଣ କହିବି ରେଣୁ....!!!
ଆଜି ମୁଁ ମୋ ଅନ୍ତରଙ୍ଗ ବାନ୍ଧବି ର ସ୍ବପ୍ନ ଦେଖିଲି। ସେ ମତେ ଯାବୁଡି ବହୁତ କାନ୍ଦୁଥାଏ। ଆଜିକୁ ତିରିଶି ବର୍ଷ ହେଇଗଲା ତା ସହ ମୋର ଆଉ ସଂପର୍କ ନାହିଁ।କୋଉଠି ଅଛି କ'ଣ କରୁଛି କିଛି ଜାଣି ପାରିନି। ଏମିତି ପିଲାଦିନ ର ସବୁକଥା ଗୋଟିଗୋଟି କହିଗଲା।
ହଠାତ୍ ତା ମୁହଁରେ ଉଷୁମ ଲୁହ ଦି ଟୋପା ପଡ଼ିଗଲା।
ଆରେ...
ତୋର କ'ଣ ହେଲା? ମୋ କଥା ରେ ଦୁଃଖି ହୋଇଗଲୁକି?
ହଉ ଯା ...
ତୋ କାମ କରିବୁ।
ଦେଖୁଦେଖୁ ରେଣୁ ଭେଁ ଭେଁ କାନ୍ଦି ଉଠିଲା।
ସୁନନ୍ଦା ବହୁତ ହଠାତ୍ ବ୍ୟସ୍ତ ହେଇଗଲା ।
ସୋଫାରୁ କି ଉଠି ତାକୁ ଧରି ପକେଇ କହିଲା ଏମିତି କାନ୍ଦୁଛୁ କଣ??ମୋ କଥାରେ ତୁ ଏତେ ଦୁଃଖି କାହିଁକି???
ରେଣୁ ଲୁହ ଥମୁ ନ ଥାଏ।ପାଟିରେ ଭି କିଛି ଭାଷା ନ ଥାଏ।
କ'ଣ କହିବ ସେ...!!
ତାର ପ୍ରୀୟ ବାନ୍ଧବୀ ତା ସାମ୍ନା ରେ।
ସୁନନ୍ଦା ବହୁତ ବାଧ୍ୟ କଲା।
ତା ପାଟିରୁ ବାହାରି ଆସିଲା ସୁନୁ!!!!
ସୁନନ୍ଦା ଆଖି ତରାଟି ତାକୁ ଚାହିଁ ଥାଏ।ପାଟିରୁ କିଛି ଭାଷା ବାହାରୁ ନଥାଏ।
ବିଗତ ୩୦ବର୍ଷ
ଭିତରେ ସେମାନେ ପୂରା ବଦଳି ଯାଇଛନ୍ତି । ସୁନନ୍ଦା ଅତ୍ୟଧିକ ମୋଟା ହୋଇ ଯାଇଛି ଥାଇରଏଡରେ...
ପ୍ରତିମା ଆଉ ସେ ପୂର୍ବ ସୁନ୍ଦରୀ ପ୍ରତିମା ହେଇକି ନାହିଁ ।
ପ୍ରତିମା କହି ଚାଲିଥାଏ....
ତା ବାପା ଙ୍କ ଦେହାନ୍ତ ପରେ ତାକୁ କଲେଜରୁ ଅବସର ନେବାକୁ ପଡିଲା। ମା ତାର ମୁଲିଆ ମଜୁଦୁରି କରି ବାହାଘର ଜଲଦି କରିଦେଲା।
ଭାବିଲା ଜୋଇଁ ଟା ପୁଅ ଭଳି ସାହାଯ୍ୟ କରିବ।କିନ୍ତୁ
ସ୍ବାମି ଟା ତାର ପୂରା ମଦୁଆ।
ତାକୁ ସବୁବେଳେ ପିଟୁଥାଏ। ସବୁ ପଇସା ପତ୍ର ଛଡେଇକି ନେଇଯାଏ।
ମା ମୋର ଅବସ୍ଥା ଦେଖି ନପାରି ଆତ୍ମହତ୍ୟା କରିଦେଲା।
ମଦୁଆ ସ୍ଵାମୀ ମଦ ପାଇଁ ଟଙ୍କା ଲୋଭ ରେ ତା ସାଙ୍ଗ ଆଣି ଘରେ ପୁରେଇଲା।
କ'ଣ କହିବି ସୁନୁ....
ଗୋଟେଦିନ
ସେମାନେ ମିଶି ମୋର ରକ୍ତ ଶୋଷି ଦେଲେ ଲୋ...। ମୋତେ କୋଉ କୁଳରେ ରଖିଲେନି।
ମଦୁଆ ର ସେତେବେଳକୁ ହୋସ ଭି ନଥାଏ।ସେ ଭଲ ତ ତା ମଦ ଭଲ।
ପିଲାଟାକୁ ଧରି ସେଇ ରାତା ରାତି ମୁଁ ଟ୍ରେନ ରେ କଲିକତା ଚାଲି ଆସିଲି।
ମୋ ପାଖରେ କିଛି ପଇସା ପତ୍ର ନଥାଏ ଟିକଟ ପାଇଁ। ମୁଁ ବହୁତ କାନ୍ଦୁଥାଏ।
ଅଶ୍ବିନୀ ବାବୁ ଦେବଦୂତ ପରି ଆସି ମତେ ସାହାଯ୍ୟ କଲେ। ଟି ଟି ଇ କୁ ଟିକଟ ପାଇଁ ପଇସା ଦେଇ ମତେ ଏଠି କାମ ରେ ରଖେଇଲେ।
ମୋର ଅସଲ ନାମ କୁ ଲୁଚେଇ ଏଇଠି କାମରେ ରହିଗଲି।
ତୁ...ଭି କେତେ ବଦଳି ଯାଇଛୁ ଲୋ ସୁନୁ!!
ମୁଁ ଚଣ୍ଡାଳୁଣୀ ତତେ ଚିହ୍ନି ପାରିଲିନି।
ବହୁତ ଦିନ ପରେ ଦୁଇ ଅନ୍ତରଙ୍ଗ ବାନ୍ଧବୀ ଏମିତି ଅବସ୍ଥାରେ ଦେଖା ହବ ସେମାନେ କଳ୍ପନା ଭି କରି ନଥିଲେ।
ଦୁହେଁ ଦୁହିଁଙ୍କୁ ଧରି ଏମିତି କାନ୍ଦୁଥାନ୍ତି।
ସେପଟେ ଅଶ୍ବିନୀ ବାବୁ ଚଷମା କାଢି ଆଖି ପୋଛୁଥାନ୍ତି।
Comments
Post a Comment