କବି ସମ୍ମିଳନୀ ପାଇଁ ଆଉ ଏକ ଘଣ୍ଟା ବାକି ଅଛି।
ଷ୍ଟେଜ ପୁରା ରେଡି ହେଇ ଗଲାଣି।
ଆଠ ଦଶ ଟା ଚେୟାର ଭି ଧାଡ଼ି ଧାଡ଼ି ହୋଇ ପଡ଼ି ଗଲାଣି।
ରଙ୍ଗ ବେରଙ୍ଗ ଫୁଲ ରେ ଷ୍ଟେଜ ଟା ବହୁତ ସୁନ୍ଦର ଦେଖା ଯାଉଛି। ଧୀରେ ଧୀରେ ଶ୍ରୋତା ମାନଙ୍କ ଆଗମନ ଭି ବଢ଼ି ଚାଲିଛି।
ଆମେ ଘୋଷରା ନେସଡା ପଙ୍ଗତ ଖିଆ କବି ଗୁଡାକ।
ଗୋଟେ ଦି ଟା କବିତା ପାଠ କରି ଆମେ କୃତକୃତ୍ୟ।
ମୁଁ ହାସ୍ୟ, ବ୍ୟଙ୍ଗ କବିତା ପାଠ କରେ ବୋଲି ଲୋକେ ଟିକେ କରତାଳି ଦିଅନ୍ତି। ମୋ ମନ ସେଥିରେ କୁଣ୍ଢେମୋଟ ହୋଇଯାଏ।
ସେଇଥିପାଇଁ ଦୌଡ଼ି ଆସିଛି ଏଇ ଚେନ୍ନାଇ ସହରକୁ।
କବି ସମ୍ମିଳନୀ ବାହାନା ରେ.... ସହର ଟିକେ ତ ବୁଲିହବ.....!!!!
ହଠାତ୍ ଭାବନା ଟା କଲେଜ ସାଙ୍ଗ ମନୁଆ ଆଡ଼କୁ ଟାଣି ହୋଇଗଲା।
ମନୁଆ.... ମାନସ ରଞ୍ଜନ....ବହୁତ ମନେ ପଡୁଛି ଆଜି।
କଲେଜ ଛାଡିବା ଦିନଠୁ ଆମେ ପରସ୍ପରକୁ କେବେ ଭେଟିନୁ ଯଦିଓ....ଆମେ ଅନ୍ତରଙ୍ଗ ବନ୍ଧୁ କିନ୍ତୁ ଥିଲୁ।ଏବେ ଭି ଅଛୁ ନିଶ୍ଚୟ।
ତାରି ହସି ମଜାକ ରେ ହିଁ ତ ମୁଁ ଗୋଟିଏ ନେସଡା କବି ପାଲଟି ଯାଇଥିଲି କଲେଜ ଜମାନା ରେ....
ସେଇ କବିତ୍ଵ ଭାବ ଟା ଏବେ ଭି ଟିକେ ରହି ଯାଇଛି ବୋଧହୁଏ।
କିଏ ପ୍ରଶଂସା କରୁ କି ନ କରୁ ସେ ମୋ କବିତା କୁ ବହୁତ ପ୍ରଶଂସା କରୁଥିଲା।
ସେ ମୋର ମେନ୍ ପ୍ରୋତ୍ସାହକ ଥିଲା। ତାରି କଥାରେ ଛୋଟ ମୋଟ ଲେଖା କବିତା ଫେସବୁକ, ହ୍ବାଟସ ଅପ୍ ରେ ପକଉ ଥିଲି।
ତାରି ପ୍ରେରଣା ରେ ମୁଁ କବି ସମ୍ମିଳନୀ ରେ ଯୋଗ ଦେବା ପାଇଁ ସୁଯୋଗ ପାଉଛି।
କାଶ ମନୁଆ ଟା ପାଖରେ ଥାନ୍ତା କି .....କେତେ ଖୁସି ହୁଅନ୍ତା ମତେ ଏଠି ଦେଖିକି!!!
ଏତେ ଦୂର ରେ ଚାକିରି କଲା ଯେ.... ତା ସହ ଦେଖା ଭି ହେଇ ପାରୁନି
ଏମିତି ଭାବୁ ଭାବୁ .....
ଷ୍ଟେଜ କୁ ଯିବା ପାଇଁ ଆମନ୍ତ୍ରଣ କରାଗଲା କବି ମାନଙ୍କୁ .....
*ମିନାକ୍ଷୀ*
*ନିୟୁ ଦିଲ୍ଲୀ*
Comments
Post a Comment