ଜୀବନର ମଳିନ ବେଳା ରେ
ତୁମେ ଆସି ସୂର୍ଯ୍ୟ ପରି ଚମକି
ଠିଆ ହୋଇଯାଅ ମୋ ସାମ୍ନା ରେ....
ହାତ ଧରି ଟାଣିନିଅ
ସେ ଅନ୍ଧାରି ଗହ୍ବରୁ.....
ସବୁ ଯେମିତି ଫୁଲ ପରି ମହ ମହ ବାସେ
ପୂର୍ଣ୍ଣାବୟବ ରେ ଶିହରଣ ଜାଗେ....
ବଞ୍ଚିବା ର ଅଭିଳାଷା
ନିମିଷେ ସଂଚାର ହୁଏ...
ବ୍ୟସ୍ତ ହୁଅନା ମୁଁ ଅଛି....!!!!!
ଏଇ କେତେ ପଦ କଥା ରେ
ମନୋବଳ ବଢିଯାଏ...
ସବୁ ଯେମିତି ନିଆରା ନିଆରା ଲାଗେ....
ଦିଗନ୍ତ ସେପାରି ର ଏଇ ଅସ୍ତମିତ ସୂର୍ଯ୍ୟ କୁ ଜାଗୃତ କରାଇବାର କୌଶଳ ରେ ହାର ମାନି ଯାଏ ଶେଷେ....
ମେଘ ପାଲିଙ୍କି ରେ ଝୁଲି ଝୁଲି ଦେଖେଇ ଯାଅ ଜୀବନ ର ସତ୍ୟତା......
ଜୀବନ ସାହିତ୍ୟ ରଚନାରେ ଲେଖିଚାଲେ ଆତ୍ମ କାହାଣୀ ଅବୋଧ ଶିଷ୍ୟ ଟିଏ ପରି.....
ବେଦନାକ୍ତ ବିଦୁର ଜୀବନର ଛନ୍ଦ ମାୟାଜାଲରୁ ମୁକ୍ତିଲାଭ କରି
ନଦୀ ପରି ବହିବାର କଳା ଶିଖିଯାଏ.....
ସ୍ବୀକାରୋକ୍ତ କରି ସମର୍ପି ଦିଏ ତୁମର ସେଇ ଉଦାର ବିଶାଳ ହୃଦୟ ଗର୍ଭ ରେ....
Comments
Post a Comment