ମୁଁ ଥିଲି ପ୍ରଗଳଭା ଉଛୁଳା ନଈ ଟିଏ...
ତୁମ ସହ ମିଶିବାର ଅନବରତ ପ୍ରୟାସ...
ବିଜନ ରଜନୀ ରେ...
ଅଭିସାରିକା ସାଜି
ଉପଭୋଗ କରୁଥିଲି
ଚନ୍ଦ୍ରମା ର ମୁକ୍ତା ଭରା ହସ।
ଅପେକ୍ଷା ରତ ସମୟକୁ ଯାବୋଡି ନେଇ
ସ୍ବପ୍ନ ରେ ବିଭୋର ଥିଲି
ମାନି ନେଇଥିଲି ସବୁ ସର୍ତ୍ତ ତୁମର...
ବିଶ୍ବାସ ର ବନ୍ଧ ବାନ୍ଧି ନିଜର କରିଥିଲି।
ଆବୋରି ନେଲି କଣ୍ଟକର ପଥ।
କେତେ ରାତି ଉଜାଗର ରହି ଜାଗର ଜାଳିଛି...
କେତେ ସ୍ମୃତି ଅଲିଭା ଦାଗ ବନି ଯାଇଛି....
ତଥାପି ବଢ଼ି ଚାଲିଲି ଆଗକୁ ଆହୁରି ଆଗକୁ ଶତ ବାଧା ବିଘ୍ନ ସତ୍ବେ....
ତୁମର ଟିକେ ସାନ୍ନିଧ୍ୟ ପାଇଁ....
ଭରସା କରିଥିଲି ନିଜଠୁ ଭି ଆହୁରି ଅଧିକ।
ଆଶାର ବୈତରଣୀ ରେ ପହଁରୁଥିଲି ।
ବିଧଗ୍ଧ ମନର ଅଶ୍ରୁ ଛୁପେଇ ପୁଲକିତ ଥିଲି...
ଭାବୁଥିଲି ...
ତୁମେ ଭି ମୋ ଭଳି ଥିବ ବ୍ୟାକୁଳ...
ପର୍ଯ୍ୟାପ୍ତ ସମୟରୁ
କିଛିଟା ସାଇତି ରଖିଥିବ ମୋ ପାଇଁ...
ନୀଳକଇଁ ର ନୀଳିମା ରେ
ଆକୃଷ୍ଟ ହୋଇ ସ୍ପର୍ଶ କରିବ ମୋ କବରୀକୁ ...
ପ୍ରଶସ୍ତ ମନକୁ କରିଦେଲ ସଂକୁଚିତ....
ଆଶାର ଆକାଶରୁ ଝରାଇଲ ରକ୍ତର ଅଶ୍ରୁ....
ମନପ୍ରାଣ ହେଲା ଦଗ୍ଧିଭୂତ...
ଅନ୍ତଃ ସ୍ବର ଜଳି ଉଠିଲା ହୁ.. ହୁ... ହୋଇ।
.ବନିଗଲି ଏକ କାଠର ପୁତୁଳି..!!!
ଉଥଳପୁଥଳ ହୋଇଗଲା ଜୀବନ ର ଗଦି
ସ୍ରୋତସିନି ରୁ କରିଦେଲ ସ୍ରୋତରଦ୍ଦ।
ତଥାପି ଆଶାର କ୍ଷୀଣ ଆଲୋକ ରେ ନିଃଶେଷ ହୋଇ ଭି ଚାହିଁ ରହିଛି ତୁମକୁ ...
ମୋର ବଳକା ଆୟୁଷ ନେଇ.....
Comments
Post a Comment