ପ୍ରତ୍ୟୁଷ, ପ୍ରଦୋଷ ରଙ୍ଗ
ଏକାକାର
ଭିନ୍ନ ଭିନ୍ନ ତାଙ୍କ ରୀତି
ଅରୁଣିମା ହାସ୍ୟେ
ସୁମନ ବିକଶେ
ଦୂରୁ ଶୁଣି କୁହୁ ଗୀତି।
ଗାଈ, ଗୋରୁ ପକ୍ଷୀ
ବାହୁଡନ୍ତି ସୁଖେ
ନିଜ ନିଜ ଆଳୟ କୁ
ସୁମଧୂର ସ୍ବପ୍ନେ ମଜ୍ଜି
ଯାଏ ମହୀ
ପ୍ରେମ ଛୁଏଁ ହୃଦୟକୁ
___________________
କେତେ କ୍ଷତ ଅଛି
ଭରେ ନାହିଁ କେଭେ
ରହିଯାଏ ସ୍ମୃତି ହୋଇ....
ଅଲିଭା ସେ ଦାଗ
ଜାଳି ଜାଳି ମାରେ
ନିତି ମରି ବଞ୍ଚେ ମୁହିଁ।
____________________
ମୋ ସରଗ ପୁରୀ ର
ତୁମେ କଳ୍ପ ବୃକ୍ଷ
ହସ ତୁମ ପାରିଜାତ।
ପ୍ରେମ ଅଟେ ତୁମ
କମଣ୍ଡଳୁ ଜଳ
ଦୟା କାମଧେନୁ ମାତ।
_________________
କିଛି କ୍ଷତ ଅଛି
ଭରେ ନାହିଁ କେଭେ
ରହିଯାଏ ସ୍ମୃତି ହୋଇ....
ଅଲିଭା ସେ ଦାଗ
କୁହୁଳି କୁହୁଳି
ମରି ମରି ବଞ୍ଚେ ମୁହିଁ।
___________________
Comments
Post a Comment