ମନ ର ବେଦି ରେ
ତତେ ବସେଇଛି....
ଭାବରେ ଲୋତକେ
ସ୍ନାନ କରାଉଛି...
ହସର ସୁମନେ
ତତେ ସଜଉଛି...
ଭକ୍ତି ଅର୍ଘ୍ୟ ଦେଇ
ପୂଜା ମୁଁ କରୁଛି....
ପ୍ରେମ ର ମିଷ୍ଟାନ୍ନ
ନୈବେଦ୍ୟ ବାଢିଛି..
କୋହ ତେଲ ଦେଇ
ଦୀପ ମୁଁ ଜାଳିଛି...
ମନ ଆଇନାରେ
ତୋ ଛବି ଆଙ୍କିଛି...
ହୃଦୟ ର ଡୋର
ତୋ ସହ ବାନ୍ଧିଛି...
କହରେ କାଳିଆ....!!!
ଆଉ କେମିତି ପୂଜିବି????
ତୋ ପଥର ହୃଦେ
ଦୟା ଜଗାଇବି...
ଯାହା ତୁ କ଼ହିବୁ
ତାହା ମୁଁ କରିବି...
ତୋ ମନ କନ୍ଦରେ
ସ୍ଥାନ ଯେ ପାଇବି।
ଭକ୍ତ ର ହୃଦୟ
ପଢି ପରା ଜାଣୁ...!!
ଆଜି କାହିଁ ପାଇଁ
ହୋଇଛୁ ରେ ସ୍ଥାଣୁ???
ସତେ ତୁ ଯଦି ଜଗତର ନାଥ
ମୋ ପାଇଁ ନିଶ୍ଚେ ଟେକିବୁ ରେ ହସ୍ତ....
ତୋ ଉଦାର ସାଗରେ ଭଙ୍ଗା ମୋ ତରଣୀ....
ଦେବୁ ରେ କିନାରା ମୋ ମନ ଜାଣି।
ତୋ ଛତ୍ରଛାୟା ତଳେ
ମୋ ଦୀନ କୁଟୀର.....
ଲଭୁଥିବେ ଖୁସି
ପ୍ରୀୟ ପରିବାର।।।
Comments
Post a Comment