ତୁମେ କେବେ ବୁଝିବାକୁ ଚେଷ୍ଟା କରିଛ...???
ମୋ ମନର ନୀରବତା ....!!!
କେବେ ମାପିବାକୁ ଚେଷ୍ଟା କରିଛ ମୋ ମନ ର ନିର୍ଜନତା....????
ଜାଣ ମୁଁ ଅଭିମାନିନୀ.....
ମାନ ଭଞ୍ଜନ କରିବାକୁ କେବେ ଚେଷ୍ଟା କରିଛ???
ମୋ ସ୍ବଚ୍ଛ ମନ ରେ ଗୋଳିଆ ପାଣିର କିଚଡ ଭରି ଦେଇଛ।
ମୋ ସ୍ବାଭିମାନ ରେ ହତାଶ ର ପ୍ରାଚିର ଠିଆ କରିଛ.....
ମୋ ମନ ର ସୀମାରେ ତିନୋଟି ଲକ୍ଷ୍ମଣ ରେଖା ଟାଣି ଦେଇଛ....
ମୋ ଲଗାମ କୁ ତୁମ ହାତକୁ ନେଇ ଯାଇଛ....
ଏ ଜୀର୍ଣ୍ଣ ଶୀର୍ଣ୍ଣ କାୟା ...
ଭଗ୍ନ ପିତୁଳା ପରି ହାର ମାନି ନେଇଛି....ଅକାମି ହୋଇ ଯାଇଛି...
ସହି ଯିବାର ଭାଷା ଶିଖି ଯାଇଛି.... କେବଳ ତୁମରି ପାଇଁ।
ଆଶାର ଦର୍ପଣ ରେ ଦେଖୁଛି କେବଳ ଦିବା ସ୍ବପ୍ନ।
ଭାବୁଛି ଏମିତି ଦିନ ନିଶ୍ଚେ ଆସିବ
ସବୁ ପୂର୍ଣ୍ଣଛେଦ ଟାଣି ଚାଲିଯିବ ଦୂର ଦିଗବଳୟ ର ଶେଷ ସୀମାକୁ....
ଆଉ ....
ପଛକୁ ଚାହିଁ ବାର ଯୁ.... ଭି ନଥିବ ।
ସତେ ଯେମିତି ଶୂନ୍ୟ ମଣ୍ଡଳ ର ମୁକ୍ତ ଆକାଶରେ ଦୂର ଦିଗନ୍ତ ବନିଯିବ ....
ନ ଥିବ ସେଠି ଛନ୍ଦ, ଛଳନା, ରାଗ ଋଷା ,ମାନ, ଅଭିମାନ, କ୍ରୀୟା, ପ୍ରତିକ୍ରିୟା, ଶାସନ, ଶୋଷଣ.....
ଥିବ କେବଳ ଶାନ୍ତି ହିଁ ଶାନ୍ତି .....
ଆନନ୍ଦ ହିଁ ଆନନ୍ଦ.....
Comments
Post a Comment