ଅହଲ୍ୟା ଯେ ନୁହେଁ...
ଅଭିଶାପେ ତୁମ...
ବନିବି ପାଷାଣ
ସ୍ପର୍ଶେ ବନି ଯିବି ନାରୀ....
ଅଟେ ମୁଁ ଲକ୍ଷ୍ମୀ, ଦୁର୍ଗା, ସରସ୍ବତୀ...
ଅଟଇ ଯେ ମହାକାଳୀ....
ପରିସ୍ଥିତି ନେଇ ବଦଳାଏ ରୂପ...
ହଁ...
ମୁଁ ଅଟେ ସ୍ବ ଇଛାଧାରୀ ।।।
________________________
କୁଆଁ ତାରା ପରି ଦେଖାଦେଲ.... ଯେବେ
ମୋ ମନ ପାହାଁତି ଆକାଶେ...
ନିଜକୁ ନିଜଠୁ ଦୂରେଇ ଗଲି ମୁଁ......
ପଡ଼ିଗଲି ପ୍ରେମ ଫାଶେ।
ମୋ ମନ କାଶଦଣ୍ଡୀ ଫୁଲେ
ପ୍ରଥମ ମଳୟ ଛୁଆଁ...
ଝୁମି ଝୁମି ଗଲା ତନ ମନ ମୋର....
କରିଦେଲ ଯେବେ କିମିଆଁ...
ସାତ ତଳ ପାଣି
ସୁନା ଫରୁଆ ରେ ରଖିଥିଲି ହୃଦୟ କୁ....
ଚୋରିକରି ନେଲ ଅତି ସନ୍ତର୍ପଣେ
ଭୁଲି ଗଲି ମୁଁ ଯେ ନିଜକୁ।
Comments
Post a Comment