ଭବିଷ୍ୟତ ହୁଏ ବର୍ତ୍ତମାନ....
ବର୍ତ୍ତମାନ ପାଲଟି ଯାଏ ଅତୀତ....
ରଥ ଚକା ପରି ଧିରେ ଧିରେ ଗଡିଚାଲେ ସେମିତି ଆଗକୁ ଆଗକୁ ଜୀବନର ରଥ।
ସେଇ ରଥର ସାରଥୀ ଆମେ ନିଜେ ଗୋଟେ ଗୋଟେ।
ରଥ ଚକା କେତେବେଳେ ଖାଲ ଖମା କେତେ ଉତ୍ଥାନ ପତନ ରାସ୍ତା ପାର କରେ
କେତେବେଳେ ଭି ସମତଳ ଚିକ୍କଣ ରାସ୍ତା ଅତିକ୍ରମ କରେ.....
ମନ ଆମର ରଥ ର ଘୋଡା।
ସବୁ ଇନ୍ଦ୍ରିୟ ହଉଛି ଆମର ଘୋଡାର ଲଗାମ ....
ଲଗାମ ର ନିୟନ୍ତ୍ରଣ କେବଳ ଆମରି ହାତରେ ହିଁ ଅଛି.....
ଘୋଡାର ଲଗାମ କୁ କୋଉ ରାସ୍ତା ରେ ନେବା ନ ନେବା ତାରି ବ୍ୟବହାର ଆମେ ହିଁ କେବଳ ଜାଣିଛୁ।
ଆମେ ଯଦି ଗୋଟେ ଗୋଟେ ଭଲ ସାରଥୀ ହୋଇ ପାରିବା
ତେବେ ଜୀବନ ରଥ ବହୁତ ସୁନ୍ଦର ବିନା ବାଧା ବିଘ୍ନ ରେ ଆଗକୁ ଆଗକୁ ବଢି ଚାଲିବ।
ଆମେ ଭଲ ସାରଥୀ ହବାର ପ୍ରୟାସ କରିବା ଉଚିତ୍।।
Comments
Post a Comment