ମୁଁ ବର୍ଷା ରେ ଭିଜିବାକୁ ଭଲପାଏ....
କାହିଁକି ନା...!!!!
ମୋ ଆଖିର ଲୁହ କେହି ଦେଖି ପାରିବେନି ବୋଲି...
ମୁଁ ଗରମ ରେ ଶିଝିବାକୁ ଭଲପାଏ....
କାହିଁକି ନା....!!!!
ମୋ ମନର ଉତ୍ତାପ କେହି ମାପି ପାରିବେନି ବୋଲି.....
ମୁଁ ଧୁଳି ଝଡ ରେ ହଜି ଯିବାକୁ ଭଲ ପାଏ...
କାହିଁକି ନା....!!!!
ମୋ ଚିନ୍ତା ର ଝଡ କେହି ଜାଣି ପାରିବେନି ବୋଲି....
ମୁଁ ଦୂର ଆକାଶ କୁ
ନିହାରି ବାକୁ ଭଲ ପାଏ....
କାହିଁକି ନା....!!!!
ମୋ ମନ ର ନୀରବତା କେହି ବୁଝି ପାରିବେନି ବୋଲି....
ମୁଁ ଲହରୀ ରେ ଖେଳିବାକୁ ଭଲପାଏ ....
କାହିଁକି ନା....!!!!
ମୋ ଦୁ଼ଃଖ ର ଲହରୀ କେହି ଗଣି ପାରିବେନି ବୋଲି....
ମୁଁ ସ୍ବପ୍ନ ରେ ମଜ୍ଜି ଯିବାକୁ ଭଲ ପାଏ....
କାହିଁକି ନା...!!!!
ମୋ ବାସ୍ତବତା କେହି କଳନା ପାରିବେନି ବୋଲି....
ମୁଁ ମୋ ଭିତରେ ରହିବାକୁ ଭଲପାଏ...
କାହିଁକି ନା...!!!!
ମୋ ଆଶାର ବାଲିଘର କେଭେ ଭାଙ୍ଗି ଯିବାକୁ ଦେବିନି ବୋଲି....
Comments
Post a Comment