ତୋହରି ବେଢ଼ା କୁ ଯାଇ ପାରୁନି ଲୋ...
କରୋନା ଆତଙ୍କେ ଆଜି।
୧୦୮ ନଡିଆ ଦେଇ ପାରୁନି ଲୋ....
ମନ ଗଲା ମୋର ଭାଜି।
୧୦୮ ମୁଣ୍ଡିଆ ମାରୁଛି ଲୋ ତତେ....
ଦୂର ଦିଗନ୍ତ ରେ ରହି।
ଚାହିଁଲେ ତୁ ମତେ ପାଖକୁ ଡାକିବୁ...
କରୋନା ଦେବୁ ଭଗାଇ।
ତୋ ନିମନ୍ତ୍ରଣ ଚାହିଁ ବସିଛି ମୁଁ...
ଯିବାକୁ ତୋ ଶକ୍ତି ପୀଠ।
ଖୋଲିଦେ ଶୃଙ୍ଖଳ
କରୋନା କବଳୁ...
ମନ ହେଲା ଛଟପଟ।
________________________
ତୋ ବଗିଚାରେ ଶୋଭା ପାଉଥିବି
ନିତି ଫୁଲ ଟିଏ ହୋଇ
ତୋ ଗଳା ହାର ବନି ରହିଥିବି
ହୃଦୟ କୁ ତୋର ଛୁଇଁ।
ଶରୀର ସିନା ମୋ ମଉଳି ପଡ଼ିବ
ମନ ତାଜା ଥିବ ସଦା।
ନିଇତି ଦେଖିବି ତତେ ମୁଁ ପାଖରୁ
ମନୁ ଦୂର ହବ ବାଧା।
Comments
Post a Comment