ମୁଁ ତ ସେମିତି କିଛି ମାଗୁ ନାହିଁ....!!!!
ମତେ ଲୋଡା କେବଳ ତୁମର ହସ ହସ ମୁହଁ...
ସମସ୍ତଙ୍କ ମମତା ବୋଳା ସ୍ନେହ....
ରାଣୀ ହୋଇ ରହିବାର ସ୍ବପ୍ନ ଭି ଦେଖୁନି...
ପରି ହୋଇ ଉଡିବାର ଅଭିଳାଷା ଭି କରୁନି....
ମତେ ସେମିତି ସାଧାରଣ ସ୍ତ୍ରୀ ହୋଇ ରହିବାର ଅଧିକାର ଦିଅ....
ଖରା ବର୍ଷା ଖାଇ ଭି
ଫୁଲ ତାର ବାସନା ଆନନ୍ଦ ରେ ବାଣ୍ଟିଲା ପରି...
ମୁଁ ଭି ବିତରଣ କରୁଛି ....
ମୋ ଖୋଲା ପ୍ରେମ ଭରା ହୃଦୟ
ଛୁପେଇ ଛୁପେଇ ମୋ ଆଖିର ଲୁହ....
ମୋ ପାଇଁ ଏତେ କଞ୍ଜୁସ କାହିଁକି????
ମୁଁ ତ ମାଗୁନି ସରଗର ଚାନ୍ଦ...!!!!
ତୋଳି ଆଣିବା ପାଇଁ ସ୍ବର୍ଗ ପାରିଜାତ ....!!!
ମାଗୁଛି କେବଳ କାଣିଚାଏ ସ୍ନେହ।।
ମୋ ପାଦ ତଳୁ ପୃଥିବି ଖସେଇ ଦିଅନି....
ମୋ ଆଶାର ଆକାଶ ରେ କଳା ବାଦଲ ଢାଙ୍କି ଦିଅନି ....
ଆଜି ମୁଁ ଡେଣା କଟା ପକ୍ଷି ହୋଇ ପଡ଼ି ରହିଛି...
ମରହମ ପାଇଁ ବ୍ୟାକୁଳ ହଉଛି....
ଆଃ.... ସୁଧା କେହି କହୁ ନାହାନ୍ତି....
ଏ... କଣ.... ମୋର ଭାଗ୍ୟ ର ଫଳ....????
ନା.... ପୂର୍ବ ଜନ୍ମ କର୍ମ ର ପରିଣାମ.....???
ମୁଁ ଚାହେଁ କେବଳ ମୋ ପ୍ରଶ୍ନ ର ସଂକ୍ଷିପ୍ତ ଉତ୍ତର....
ବାସ୍....ସେତିକି ....।।।।
Comments
Post a Comment