ହଁ.....ମୋ ପ୍ରୀୟ ବାନ୍ଧବୀ...ଲତିକା..!!!
ସେଇ ଲତିକା.....
ନା' ଟି ଯେମିତି ସୁନ୍ଦର। ମନ ଟା ତାର ଆହୁରି ସୁନ୍ଦର।
ଲତା ମାଡ଼ିଲା ପରି ସମସ୍ତ ଙ୍କ ହୃଦୟରେ ବସା ବାନ୍ଧି ରହି ଥାଏ ସିଏ।
ତାର ଖିଲି ଖିଲି ନିଷ୍କପଟ ହସ....
ତାର ମେଳାପି ସ୍ବଭାବ...... ମନ କିଣି ନିଏ ସମସ୍ତଙ୍କର।
ବହୁତ ଅଳ୍ପ ଦିନ ଭିତରେ ଲତିକା ମୋର ଅତି ଅନ୍ତରଙ୍ଗ ହୋଇ ଯାଇଥିଲା।
କ୍ଷୀର ନୀର, ଖରା ଛାଇ ସଂପର୍କ ପରି ଆମର ସଂପର୍କ ଦିନକୁ ଦିନ ବଢି ଚାଲିଥିଲା।
ଦୁହେଁ ଦୁହିଁଙ୍କୁ ଦଣ୍ଡେ ନ ଦେଖିଲେ ରହି ପାରୁ ନଥିଲୁ।
ଭାଷା , ପୋଷାକ,ଚାଲି ଚଳନ, କଥାବାର୍ତ୍ତା ସତେ ଯେମିତି ଆମର ଏକା ପରି ଥିଲା। ବହୁତ ହସ ଖୁସିରେ ଦିନ କାଟୁଥିଲୁ ଗୋଟେ ଡାଳ ର ଦୁଇଟି କଳି ପରି।
ଲତିକା ବଡ ଝିଅ। ତା ତଳକୁ ଆଉ ଚାରି ଭଉଣୀ ଥିବାରୁ ତାର ଜଲଦି ବାହାଘର ହେଇଗଲା କଲେଜ ଶେଷ ହେବା ପୂର୍ବରୁ....
ମୁଁ ଭଲ ପଢ଼ୁଥିଲି ବୋଲି ଉଚ୍ଚ ଶିକ୍ଷା ପାଇଁ ଓଡ଼ିଶା ବାହାରେ ରହି ପଢିବାକୁ ପଡିଲା ।
ତା ପରେ ଚାକିରୀ ଓ ପରିବାର ଜଂଜାଳ ଭିତରେ ମୁଁ ପୂରା ବ୍ୟସ୍ତ ରହିଗଲି।
ଲତିକା ଭି ସ୍ବାମି ,ଶାଶୁ, ଶ୍ବଶୁର , ଦିଅର ନଣନ୍ଦ ଙ୍କ କାମ ରେ ଲିପ୍ତ ରହିଗଲା।
ବହୁତ ଦିନ ହେଲା ତା ସହ ଆଉ ଦେଖା ହେଇନି ସତ..…. କିନ୍ତୁ ଫୋନ ଜରିଆରେ ଆମର ସଂପର୍କ ଏବେ ଭି ଜାରି ରହିଛି।
*କଲେଜ ଛାଡିଲା* *ଦିନଠୁ ପରସ୍ପର କୁ କେବେ ଭେଟିନୁ ଯଦିଓ.....*
*ଆମେ ଅନ୍ତରଙ୍ଗ ବନ୍ଧୁ ହୋଇ ଏବେ ଭି ରହିଛୁ ରହିଥିବୁ ମଧ୍ୟ।*
ଏବେ ଭି ସେ ସବୁବେଳେ ମୋ ପାଖେ ପାଖେ ଅଛି ।ମୋ ହୃଦୟ ଭିତରେ ରେ ଅଛି।
ସେ ସର୍ବଦା ଭଲରେ ଖୁସି ରେ ରହୁ ଏତିକି ମୋ ଭଗବାନ ଙ୍କ ଠାରେ ପ୍ରାର୍ଥନା ଏତିକି ମୋ ମାଗୁଣି।ଏତିକି ମୋ ଅଭିଳାଷା।
*ମିନାକ୍ଷୀ*
*ନିୟୁ ଦିଲ୍ଲୀ*
Comments
Post a Comment