ଖେଳନ୍ତି କୃଷ୍ଣ ଗୋପୀ ମେଳେ....
କେଳି, କଦମ୍ବ,କୁଞ କୋଳେ।
ରାଧା, କୃଷ୍ଣ ଙ୍କ ଅଭିନୟ....
ଶୋଭା ଅତୀବ ରମଣୀୟ।
ରସିକ ନାଗର ରସିଆ....
ରାଧା ପ୍ରେମରେ ହେଲେ ବାୟା।
ମଧୁର ମୁରଲୀ ର ସୁର....
ଶୁଣି ରମଣୀ ଗୋପ ପୁର।
ବିସ୍ତୀର୍ଣ୍ଣ ଯମୁନା ତଟରେ....
ମୂର୍ଚ୍ଛନା ତୋଳନ୍ତି ଅଧୀରେ।
କଦମ୍ବ ମୂଳରେ କହ୍ନାଇ....
ବସନ୍ତି ରାଧାଙ୍କୁ ଅନାଇ।
କେବେ ଆସିବେ ରାଧା ରାଈ....
ପାଣିର ମାଠିଆ ମୁଣ୍ଡେଇ।
ଲଜ୍ଜା ନତ ମୁଖେ ରାଧିକା....
ଝାଉଁଳି ଯା'ନ୍ତି ଦେଖି ସଖା।
ଢାଳନ୍ତି ପ୍ରୀତିର ଫଗୁଣ....
ହସି ଉଠଇ କୁଞ୍ଜବନ।
ଗୋପୀ ବସନ
କରି ଚୋରି....
ପ୍ରେମେ ପାଗଳ ବଂଶୀ ଧାରୀ।
ରାଧା ଗୋବିନ୍ଦ
ରାସ ଲୀଳା....
ଗୋପ ଗୋପୀଙ୍କ ଲୀଳା ଖେଳା ।
ଦେଖି ପ୍ରୀତି ପ୍ରେମ ଉଚ୍ଛ୍ୱାସ....
କୃଷ୍ଣ ମୟ ଲାଗଇ ବିଶ୍ବ।
ନୁହେଁ ମୁଁ ମୀରା କି ରାଧିକା...
ହୃଦୟେ ବସିଛ ହେ ସଖା।
ଭଲ ମୁଁ ପାଉଛି ତୁମକୁ....
କୃଷ୍ଣାକ୍ଷରେ ଖୋଦିତ ବୁକୁ।
ଶୟନେ , ସପନେ ଜାଗ୍ରତେ
ସ୍ମରୁଛି ତୁମକୁ ମୁଁ ହୃଦେ।
ହେ... ମଦନ ମୋହନ ପ୍ରୀୟା
ତୁମେ ମନ ତୁମେ ହିଁ କାୟା।
ତୁମ ପ୍ରେମରେ ବଶିଭୂତ....
ତୁମେ ହିଁ ତ ସତ୍ୟ ଶାଶ୍ବତ।
ହୃଦୟେ ପ୍ରଦୀପ ଜଳାଇ....
ରହିଛି ମୁଁ ପଥକୁ ଚାହିଁ।
ସମର୍ପଣ କରିଛି ମୁହିଁ.....
ତୁମ ବିନା ଗତି ମୋ ନାହିଁ।
🙏🙏🙏🙏🙏
Comments
Post a Comment