ଯେତେ ଅପବାଦ ଯେତେ କଣ୍ଟାଘାତ ସହୁଛି ସହିବି ମୁହିଁ।
ତୁମ ମୁହଁ ଦେଖି ସବୁ ଭୁଲିଯାଏ
ହସି ହସି ଆଜି ରହି।
ନାହିଁ ମୋର ତୃଷ୍ଣା
ନାହିଁ ତ ପିପାସା
ଚାହେଁ ହୃଦେ ଟିକେ ସ୍ନେହ।
ସ୍ନେହ ବୋଳା ହସ ହସିଦେଲେ ତୁମେ
ଭୁଲିଯାଏ ସବୁ କୋହ।
ଉମଙ୍ଗ ତରଙ୍ଗ ଅଙ୍ଗେ ଅଙ୍ଗେ ମୋର
ତୁମ ପାଇଁ ଖେଳୁଥାଏ।
ସଙ୍ଗେ ତୁମେ ଥିଲେ
ରଙ୍ଗିଯାଏ ମନ
ଇନ୍ଦ୍ରଧନୁ ଆଙ୍କି ଯାଏ।
________________________
ତୁମେ ଅଛ ପ୍ରଭୁ
ମୋ ହସ ରେ କାନ୍ଦ ରେ
ତୁମେ ଅଛ ପ୍ରଭୁ
ମୋ କର୍ମ ରେ
ଧର୍ମ ରେ
ତୁମେ ଅଛ ପ୍ରଭୁ
ମୋ କଥାରେ ଭାଷାରେ
ତୁମେ ଅଛ ପ୍ରଭୁ
ମୋ ଭିତରେ ବାହାରେ
ତୁମେ ଅଛ ପ୍ରଭୁ ମୋ ଚତୁଃପାର୍ଶ୍ଵରେ
ସାହସ ବାନ୍ଧିଛି ତୁମରି ଆଶ୍ରା ରେ
ରହିଛି ନିଶ୍ଚିନ୍ତ ତୁମ ଭରସା ରେ।
Comments
Post a Comment