*ଜୟ 'ମା ଜଗଦମ୍ବେ'*
*ମିନାକ୍ଷୀ*
*ନିଉ ଦିଲ୍ଲୀ*
*ଆସ ଅବତରି*
*ଏ ଧରା ପୃଷ୍ଠ କୁ*
*ହେ... ମା.... ଜଗଦମ୍ବେ..!!!!*
*ଆଶ୍ୱିନ ମାସର*
*ଶରତ ସମ୍ଭାରେ* *ସ୍ବାଗତ କରୁଛୁ ଆମ୍ଭେ।*
*ସରଗ ରାଇଜୁ*
*ଓଲ୍ହାଇ ଆସ ମା*
*ଗିରିଜା ରାଜ ନନ୍ଦିନୀ...*
*କାଶତଣ୍ଡି ଆଜି*
*ତୁମ ଆଗମନେ*
*ସ୍ବପ୍ନରେ ବିଭୋର ପୁଣି।*
*ବ୍ରହ୍ମା, ବିଷ୍ଣୁ, ଶିବ*
*ସମସ୍ତ ଶକ୍ତିରେ*
*ହେଲ ତୁମେ ମା ଶକ୍ତିଶାଳୀ....*
*ଜଗତର ରକ୍ଷା*
*କରବା ପାଇଁ କି*
*ସାଜ ଦୂର୍ଗା କେବେ କାଳୀ।*
*ମହାମାରୀ, ବାତ୍ୟା*
*କଲାଣି ଆତଙ୍କ*
*ଦେଶ ହେଲା* *ଛାରଖାର....*
*ବିଷ୍ଫୋରିତ ନେତ୍ରେ*
*ଭସ୍ମ କର ମାତ*
*ଆତଙ୍କର ପାରାବାର।*
*ଶାରଦୀ ଆକାଶେ*
*ହୃଦେ ଭକ୍ତି ରସେ*
*ଜାଳିଛୁ ମା ମହା ପ୍ରଦୀପ....*
*ନବବିଧି ପୂଜା* *ଅର୍ପଣ ତୁମକୁ ସ୍ବାଗତ ହେ ଶକ୍ତିରୂପ।*
*ପାବନ ପାର୍ବଣେ*
*ଷୋଡ ଉପଚାରେ*
*ପୂଜିବୁ ମାତ ଗୋ ଆଜି....*
*କରୋନା କବଳୁ*
*ରକ୍ଷାକର ଦେବୀ*
*ଦିଅ ଦିବ୍ୟଜ୍ୟୋତି ରାଜି।*
*ଉଦ୍ଭାସିତ ଧରା*
*ତୁମ ଆବାହନେ*
*ଉଲ୍ଲସିତ ତନ ମନ....*
*ଶକ୍ତି ପ୍ରଦାୟିନୀ*
*ଅସତ ଦଳିନୀ*
*ଭରିଦିଅ କ୍ଷତ ମନ।*
*ଜୀବନ ପ୍ରଦିପ*
*ପ୍ରଜ୍ଜ୍ବଳିତ କର*
*କାଳିମାରୁ ରଖ ଦୂର......*
*ଆବାହନେ ତୁମ* *ଏ ଧରା ଧାମ ରେ*
*ହବ ସୁଖ, ଶାନ୍ତି ଭର ପୁର।*
*ଶୁଭ ନବରାତ୍ରି*
🙏🏻🙏🏻🙏🏻🙏🏻
Comments
Post a Comment