ନିଶ୍ତବ୍ଦ ରାତିର ଭିଜା ଭିଜା ଜ୍ୟୋସ୍ନା ଟିଏ ମୁଁ.....
କଟା ଘା' ର ଶୀତଳ ପ୍ରଲେପ ଟିଏ ମୁଁ....
କଣ୍ଟାବନ ର ସତେଜ ଫୁଲ ଟିଏ ମୁଁ.....
ଭସା ବାଦଲ ର ବର୍ଷା ର ରାଗିଣୀ ଟିଏ ମୁଁ.....
ଶୁଷ୍କ ମରୁବାଲି ର ବିଶ୍ବାସ ର ଜଳଧାରା ଟିଏ ମୁଁ.....
ଶୁଖିଲା ହସର
ପଦ୍ମ ଫୁଟା ପାଖୁଡା ଟିଏ ମୁଁ....
ଅବାଞ୍ଛିତ ପ୍ରଶ୍ନ ର ସୁନ୍ଦର
ଉତ୍ତର ଟିଏ ମୁଁ.....
ଦିବା ସ୍ବପ୍ନର ବାସ୍ତବ ରୂପ ଟିଏ ମୁଁ....
ସବୁ ଜଟିଳତା ର ସମାଧାନ ସୂତ୍ର ଟିଏ ମୁଁ....
ମୁଁ......
ସେଇ ସର୍ବ ରୁପି, ସର୍ବ କ୍ଷେତ୍ରେ ସ୍ଥିତି , ଅନିନ୍ଦିତା, ବରେଣ୍ୟା ନାରୀ ଟିଏ ମୁଁ......
Comments
Post a Comment