ସେ ଅଟେ ନୀଳ ପାରାବାର.....
ନଦନଦୀ ଝରଣାର ମିଳନ ସ୍ଥଳ....
ବିଶାଳ ବୁକୁରେ ତାର।
ନା ନା ମଣି ରତ୍ନ ର ପରିପୂର୍ଣ୍ଣ ଭଣ୍ଡାର....
ନାମ ଅଟେ ରତ୍ନାକର।
ଅନେକ ଜୀବ ଜନ୍ତୁଙ୍କ ସୁନ୍ଦର ଆଶ୍ରୟସ୍ଥଳ....
ମମତାର ଗନ୍ତାଘର।
ତଥାପି ହୃଦୟ ତାର ଶୂନ୍ୟତା ରେ ଭରପୁର।
ଅଶ୍ରୁ ଭିଜା ମନ ଲବଣାକ୍ତ ତା ଶରୀର।
ମେଣ୍ଟେଇ ପାରେନି ତୃଷ୍ଣା ତୃଷାର୍ତ୍ତ ର।
ଗର୍ଜନ କରି ମଥା ପିଟେ ବିଦାରିତ ବୁକୁର
କାହାପାଇଁ ଏତେ ଉଚ୍ଛନ୍ନ ମନ ତାର।
ସିକତା ମନରେ ଆଜି ଅନେକ ପ୍ରଶ୍ନ ର ଜୁଆର।
ଆୟୁତ ଯୁଗରୁ ଚାହିଁ ବସିଅଛି ପାଇବାକୁ ଉତ୍ତର।
ପୁଞ୍ଜି ଭୂତ ଅବଶୋଷ ନେଇ ବଞ୍ଚିଅଛି ଅଧାଗଢ଼ା ସ୍ବପ୍ନ ର କରିବାକୁ ସାକାର।
Comments
Post a Comment