ଚନ୍ଦ୍ରମା ଗୋ ତୁ.....
ଲାଜ ଲାଜ ମନେ
ବାଦଲ କାନିରେ....
ଲୁଚି ଲୁଚି ଦେଖୁ କାହିଁକି...???
ଶୀତଳ ଯୌବନ
ଛନ ଛନ ମନ
ଛୁପି ଛୁପି ଦେଖୁ ତୋ ପ୍ରୀୟା ହସ କି...???
ଧୋବ ଫର ଫର
ତୋ ଜୋଛନା ରାଇଜୁ
ବିଞ୍ଚି ବିଞ୍ଚି ଦବୁ
ତୋଷିବି ମନ....
ସକ ସକ ମନ
ମୋ ପ୍ରୀୟା ହୃଦୟ...
ହସି ହସି ପୂରା କରିବି ସପନ।
ମହ ମହ ବାସେ
ମୁଚି ମୁଚି ହସେ
ଛପି ଛପି ଆସି
ଦିଏ ସେ ଧରା....
ଅଙ୍କା ବଙ୍କା ଠାଣି ଢଳ ଢଳ ଚାହାଣି....
ହଜି ହଜି ଯାଏ
ତା ପ୍ରେମ ରେ ପରା....!!!!
ଭିଜା ଭିଜା ରାତି ...
ମଧୁଝରା ପ୍ରୀତି
ଛମ ଛମ ଚାଲି....
ତା ଭାରି ସୁନ୍ଦର,
ଧକ ଧକ ଛାତି
ଛକ ଛକ ମନେ
ଲେସି ଲେସି ହୁଏ
ଛାତି ରେ ମୋର।
ରହ ରହ ରେ ସମୟ
ଆଉ ଟିକେ ଡେରି.....
ମୋ ଗୁଲୁଗୁଲି ପ୍ରୀୟା
କୋଳେ ଶୋଇଛି।
ଗୋରା ଗୋରା ତନ
ହସ ହସ ମନ
ରଙ୍ଗ ରଙ୍ଗି ସପନେ ବିଭୋର ହେଇଛି।
Comments
Post a Comment