ଛନ୍ଦ ମନ୍ଦ କିଛି ଜାଣେ ନାହିଁ ପ୍ରଭୁ
ବାନ୍ଧିଛି ଜୀବନ ଡୋରି
ତୋ ଛନ୍ଦା ଚରଣେ
ସନ୍ଧି କରିଛି ମୁଁ
ସିନ୍ଧୁ କରାଇବୁ ପାରି
----------------------------------
କେତେ ଯେ ବୈଶାଖ
କେତେ ଯେ ନିଦାଘ
କେତେ ଯେ ଫଗୁଣ କେତେ ଯେ ଶ୍ରାବଣ
ଆସେ ଯାଏ ଜୀବନରେ....
ମାତୃ କୃପା ବଳେ
ଲଂଘି ଯାଏ ସିନ୍ଧୁ
ଶାନ୍ତିର ବାରତା ଭରେ....
[25/10, 8:21 pm] Minakshi Dwivedy: ମା... ଗୋ... ସନ୍ତୋଷି...
ପଡିଲିଣି ଥକି .....
ଆଉ କେତେ ଦିନ ବାକି
ମିଟିଲାଣି ମୋହ ମାୟା
ମୋର ମୋର ବୋଲି
ଯାହାକୁ ଭାବିଲି
ଦେଖୁ ନାହାନ୍ତି
କେ' ମୋ ସାୟା।
ଜୀବନ ଚକ୍ର ରେ
ଦବି ଦବି ଗଲି
ପାଉନାହିଁ ଥଳକୁଳ.,
ନିଜକୁ ଭୁଲି ମୁଁ
ସୁଖ ବାଣ୍ଟୁଥିଲି
କି' ସଞ୍ଜ କି' ସକାଳ।
କାହାକୁ ମୁଁ ଦୋଷ
ଦଉନି ମା ଲୋ...
ଜାଣିଛି ୟେ ମୋ
ଭାଗ୍ୟ ଦୋଷ।
ତୋ କୋଳ ରେ
ମତେ କୋଳେଇ
ନବୁ ଲୋ...
ଏତିକି ରଖିଛି ଆଶ।
[26/10, 9:56 am] Minakshi Dwivedy: ଭଙ୍ଗା ଆଇନାର ଅକୁହା କାହାଣୀ
ଅଙ୍ଗାରି ମନ ର କୋହ
ଖଣ୍ଡ ଖଣ୍ଡ ସମ ଅସଜଡା ଶଦ୍ଦ
ଯନ୍ତ୍ରଣା ରେ ସିକ୍ତ ମୋହ।
ତାତ୍ସଲ୍ୟ ଭରା ପ୍ରତିଛବି ମୋର
ମୁଚୁକି ହସା ହସେ
ନୀଳ ମୃଗ ତୃଷ୍ଣା ଭାରି ଦଗାଦିଆ
କାନରେ ସତ୍ବର ଭାଷେ।
Comments
Post a Comment