ସଙ୍ଗ ମୋର କେଭେ ଛାଡିବୁନି କାହ୍ନା
ତୋ ରଙ୍ଗେ ରଙ୍ଗିଛି ମନ
ସଂଘର୍ଷ ଲଢିବି
ପାଖେ ଥିଲେ ମୋର
ଭଙ୍ଗ କରିବୁନି ମାନ।
ଲଂଘି ମୁଁ ପାରିବି
ସାତ ତାଳ ପାଣି
ଏ ରଙ୍ଗମଞ୍ଚ ରେ ରହି,
ମଙ୍ଗ ଧରିଥିବୁ
ନାବିକଟେ ହୋଇ
ଦମ୍ଭ ଦେଉଥିବୁ ତୁହି।
ବ୍ୟଙ୍ଗ ମୁଁ କରୁନି
ହେ ବାଙ୍କ ନୟନ
ଢଙ୍ଗ ତ କରୁନି ମନେ,
ତୋ ସତସଙ୍ଗ ରେଣୁ
ଅଙ୍ଗେ ଅଙ୍ଗେ ମୋର
ଶ୍ରୀଙ୍ଗାର ଆଙ୍କିଛି ତନେ।
----------------------------------------
କେତେ ଚିଠି ତତେ ଦେଲିଣି କାଳିଆ
ଭକତି ସ୍ୟାହି ରେ ଲେଖି,
ଦି ଧାଡ଼ି ଉତ୍ତର ଦେଇ ଦେ ସତ୍ବରେ
ମୁଦିବା ଆଗରୁ ଆଖି।
ମନ ଫୁଲ ମୋର ମଉଳି ଗଲାଣି
ଝାଞ୍ଜି, ଝଡ, ବାତ୍ୟା ସହି,
ତୋ କରୁଣା ବାରି ସିଞ୍ଚିଦେ କାଳିଆ
ହେବି ପଲ୍ଲବିତ ମୁହିଁ।
Comments
Post a Comment