ଜୀବନର ଦିପ
ଲିଭି ଆସିଲାଣି
ତଥାପି ମୁଁ ତତେ
କରିଛି ଅପେକ୍ଷା
କହରେ କାଳିଆ....!!!
ଭଲ ପାଉଛି ବୋଲି
ଆଉ କେତେ ଦିନ
ଦେବି ମୁଁ ପରୀକ୍ଷା।
-------------------------------
ହେ ମା ମୃଣ୍ମୟୀ....!!!!
ଏ ଶାରଦୀ ଲଗନେ
ସ୍ଵତଃସ୍ପୃତ ମାତ
ଆସିଯାଅ ଧରା ଧାମେ;
ଚିନ୍ତା ଚେତନା
ତନ ମନେ ଅଛ
ବିରାଜିତ ହୃଦ କଣେ।
ଆଦ୍ୟାଶକ୍ତି ମାଗୋ
ମହିଷାମର୍ଦିନୀ
ଦୁଃଖ ବିନାଶିନି ମାତ;
କଳୁଷ କଳଙ୍କ
ଦୂର କର ଦେବୀ
ହଉ ଜଗ ପଲ୍ଲବିତ।
ଭକତର ଭକ୍ତି
ଗୁଞ୍ଜରିତ ହଉ ତବ
ହୃଦ କର୍ଣ୍ଣ ଗହ୍ୱରରେ;
ଅପରୂପ ଶକ୍ତି
ଭରିଦେଉ ଶାନ୍ତି
ଏ ନିଷ୍ପ୍ରାଣ ଶରୀରରେ।
🙏🏻🙏🏻🙏🏻🙏🏻🙏🏻
---------------------------------------
ସବୁ ସୃଷ୍ଟି ର ସ୍ରଷ୍ଟା ଗୋ ତୁମେ....
ସବୁ ସୃଜନୀ ର ସର୍ଜନା,
ସବୁ ପାପ ର ବିନାଶକ ତୁମେ....
ସବୁ ପୂଣ୍ୟ ର ସାଧନା।
ସବୁ କ୍ଷତ ର ଉପଶମ ତୁମେ....
ସବୁ ଆନନ୍ଦ ର ଉତ୍ସ,
ସବୁ କର୍ମ ର ପରିଣାମ ତୁମେ....
ସବୁ କ୍ଷେତ୍ରେ ତୁମେ ଅଛ।
ସବୁ ଅନ୍ତ ର ଆରମ୍ଭ ହିଁ ତୁମେ.....
ସବୁ ଆରମ୍ଭ ର କର୍ତ୍ତା,
ସବୁ ଭକ୍ତ ର ଭକ୍ତି ହିଁ ତୁମେ....
ସବୁ ପ୍ରେମେ ଭର ବାର୍ତ୍ତା।
Comments
Post a Comment