ଅମର ଭାଇ.....!!!
ତୁମ ପରିବାରର ଆଜି ର ଏଇ ମର୍ମନ୍ତୁଦ ଘଟଣା ପାଇଁ .... ମୁଁ ଆଉ ମୋ ପରିବାର ବର୍ଗ ମ୍ରିୟମାଣ ହୋଇ ପଡିଛୁ।
ଏଇ ଦୁଃଖର ଜହର ର ଉପଶମ ତ କରି ପାରିବୁନି ।
ତଥାପି ଆମ ଆଶ୍ଵାସନା ବାଣୀ କିଞ୍ଚିତ ଭାବରେ ଯଦି ପ୍ରଭାବ ପକାଏ ଆମେ ବହୁତ ଖୁସି ହବୁ।
ଶୋକରେ ଛାଇ ରେ ବିଲୀନ ନ ହୋଇ
ନିଜକୁ ସମ୍ଭାଳିବାକୁ ଚେଷ୍ଟା କର।
ଏଇ ଦୁର୍ବାର ସତ୍ୟ ନିକଟରେ ଆମେ ଛାର ମାଟିର କଣ୍ଢେଇ।
ଅଦୃଷ୍ଟ ହସ୍ତ ର ଛକିଶୂନ ଖେଳରେ ଜୀବନ ଗତି କରୁଥାଏ।
ଅଦୃଶ୍ୟ ନିୟତି ଇଙ୍ଗିତ ରେ ଅଭିନୟ କରିବାକୁ ପଡେ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ।
ଏଇ କ୍ଷତ ର ତ ଉପଶମ ନାହିଁ।
ତଥାପି ଭଗବାନ ଙ୍କ ଠାରେ ଏତିକି କାମନା କରୁଛି ତୁମକୁ ଆଉ ତୁମ ପରିବାର ବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ।
ତା ସଂଳିଷ୍ଟ ସବୁ କାର୍ଯ୍ୟ କ୍ରମ ସୁଚାରୁ ରୂପେ ସଂପନ୍ନ ହଉ।
ତୁମ ସମସ୍ତ ଙ୍କ ବ୍ୟଥିତ, ପୀଡିତ ମନରେ କୋଟି ପରାଭବ ଉପଜୁ ।
ଏତିକି.....
ଶୋକ ସଂନ୍ତପ୍ତ
M.Akhsaya
Comments
Post a Comment