ଦୁନିଆ ମତେ ଠିକ୍ ବୁଝୁ କି ନ ବୁଝୁ...
ତୁ ମତେ ଭୁଲ ବୁଝିବୁନି।
ଦୁନିଆ ମତେ ପଚାରୁ ନ ପଚାରୁ....
ତୁ ମତେ କେବେ ଭୁଲି ଯିବୁନି।
ଦୁନିଆ ମତେ ଭଲ ପାଉ କି ନ ପାଉ....
ତୁ ମତେ ଘୃଣା କରିବୁନି।
ଦୁନିଆ ମତେ ଖୁସି ଦେଉ କି ନ ଦେଉ...
ତୁ ମତେ ଦୁଃଖ ଦେବୁନି।
ଦୁନିଆ ମତେ ଦେଖୁ କି ନ ଦେଖୁ...
ତୁ ମୋ ପାଇଁ ଅନ୍ଧ ହବୁନି।
ଦୁନିଆ ମତେ ବିଶ୍ବାସ କରୁ କି ନ କରୁ....
ତୁ ମତେ ଧୋଖା ଦେବୁନି।
ଏଇ ଭରସା ରେ ମୁଁ ଚାଲିଛି କାଳିଆ....
ତୋ ପ୍ରେମ ରୁ କେଭେ ଉଣା କରିବୁନି।
Comments
Post a Comment