[31/10, 6:54 pm] Minakshi Dwivedy: ପ୍ରୀତି ସ୍ନିଗ୍ଧା ହୋଇ
ଫଗୁଣେ ହଜିଲି
ପ୍ରୀତିଲଗ୍ନା ହୋଇ
ଶ୍ରାବଣେ ଭିଜିଲି
ପ୍ରୀତି ଫୁଲ ନେଇ
ମଧୁ ବରଷିଲି
ପ୍ରୀତି ର ସାଗରେ
ସୌଧ ଗଢିଲି
ପ୍ରୀତି ଜୋଛନା ରେ
ସପନ ଦେଖିଲି
ପ୍ରୀତି ଗହଣା ରେ
ଅଙ୍ଗ ସଜେଇଲି।
ପ୍ରୀତି ର ପରଶ
ଯେବେ ମୁଁ ପାଇଲି
ପ୍ରୀତି ଦୁନିଆ ରେ
ପୁରା ମଜ୍ଜିଗଲି।
[01/11, 10:36 am] Minakshi Dwivedy: ଧର୍ମ ଅଧର୍ମ ଜାଣିନି କାଳିଆ
କର୍ମ କରଇ ମୁଁ ଯେ ନିତି
ଆରମ୍ଭଇ ମୋର ଦିବସ ରଜନୀ
ପଦ ପଙ୍କଜେ ରଖି ମତି।
କ୍ଷଣିକ ଜୀବନ ପାଣି ଫୋଟକା ସମ
ମୋହ ମାୟା କର ଦୂର।
ଏ ମାୟା ନଗରୀ ଅଟେ ଯେ ମାୟାବୀ
ତା କବଳୁ ରକ୍ଷା କର।
ଶୁଣ ଆହେ ଚକ୍ରଧର....!!!
ମୋର ପାପ ପୂଣ୍ୟ ସବୁ ତୋ ରଚିତ
ସବୁ ଲୀଳା ଖେଳା ତୋର,
ଯାହା ତୁ କରାଉ ତାହା ମୁଁ କରଇ
ତୁ ଯେ ସର୍ବେସର୍ବା ମୋର।
Comments
Post a Comment