ମାଟି ପିଣ୍ଡ ଦିନେ ମାଟିରେ ମିଶିବ
ଏ.. ତ ଲୀଳା ଖେଳା ତୋର...!!!!
ମୋହ ମାୟା କାହିଁ ମନରେ ଭରୁଛୁ
ଏ ସାରା ସଂସାର ର...????
ଆସିଅଛି ଏକା ଯିବ ଦିନେ ଏକା
ଧରମ ରେ ଅଛି ଲେଖା...;;;;
ସଂସାର ବନ୍ଧନ ମିଟୁନି ମନରୁ
ଚାହିଁଲେ କରିବୁ ରକ୍ଷା।
ତୋ ଶ୍ରୀଚରଣ ତଳେ ଆଶ୍ରୟ ଦେବୁ ରେ
ମନେ କରିବିନି ରୋଷ
ମାୟା ବାୟା ଭୁଲି ତୋହରି ସେବାରେ ଜୀବନ କରିବି ଶେଷ।
-----------------------------------
ସ୍ମୃତି ତୁମେ....!!!!
କାହିଁକି କରୁଅଛ ଆଜି ଅଣଦେଖା...,,,,,
ତୁମ କୁ ନେଇ ତ....
ବାଟ ଚାଲିଛି ମୁଁ ଏକା ଏକା....
ଅନିଶ୍ଚିତ ଭବିଷ୍ୟତେ......!!!!
ଦେଖି ପାରୁନି କାଇଁ ସେଇ ଆଲୋକ ମୟ ଦିପ୍ତିଶିଖା....,,,,
ତୁମକୁ ସାଉଁଟି....!!!!
ବର୍ତମାନ ସହ କରିଛି ପ୍ରଣୟ... ଲିଭେଇବାକୁ
ମୋ ହୃଦୟ ବିଭୀଷିକା।
Comments
Post a Comment